ବଇଣ୍ଡା କଲେଜ ଠାରେ ବାଲ୍ୟବିବାହ ସଚେତନତା କାର୍ଯ୍ୟକ୍ରମ

ଆଠମଲ୍ଲିକ,(ବୁଲୁ ଦଳେଇ) : ଆଜି ତା 24-08-2023ରିଖ ଦିନ ଜନତା ମହାବିଦ୍ୟାଳୟ ବଇଣ୍ଡା ଠାରେ ବାଲ୍ୟବିବାହ ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ବାଲ୍ୟବିବାହର କୁପରିଣାମ ଏବଂ ଏହାର ସାମାଜିକ ମୁଳୋତ୍ପାଟନ, ବାଲ୍ୟବିବାହ ନିଷେଧ ଆଇନ, ଶିଶୁ ଶ୍ରମିକ ନିରୋଧରେ ଚାଇଲ୍ଡ ଲାଇନ କୋର୍ଡିନେଟର ପୂଜା ସ୍ୱାଇଁ ଦେୟମୁକ୍ତ ଫୋନେ ନମ୍ବର 1098 ର ବ୍ୟବହାର ଏବଂ ଏହାର ଉପଯୋଗୀତା ବିଷୟରେ ଧାରଣା ଦେଇଥିଲେ | କୈଳାଶ ସତ୍ୟାର୍ଥୀ ଚିଲଡ୍ରେନ୍ସ ଫାଉଣ୍ଡେସନ ସହାୟତାରେ, କାର୍ଯ୍ୟନ୍ୱୟନ ସଂସ୍ଥା ବିଶ୍ୱ ଯୁବ କେନ୍ଦ୍ର ଦ୍ଵାରା ପରିଚାଳିତ କାର୍ଯ୍ୟକ୍ରମ ଆକ୍ସେସ ଟୁ ଜଷ୍ଟିସ ର ଜିଲ୍ଲା ସଂଯୋଜକ ବିଶ୍ୱଜିତ ଦାଶ ବାଲ୍ୟବିବାହ କ୍ଷେତ୍ରରେ ଅନୁଗୋଳ ଜିଲ୍ଳା ରେ ବାଲ୍ୟ ବିବାହର ସ୍ଥିତି ଉପରେ ସମସ୍ତଙ୍କୁ ସଚେତନ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ଶେଷରେ ବାଲ୍ୟବିବାହ ଏବଂ ଶିଶୁ ଶ୍ରମିକ ନିବାରଣ ପାଇଁ ଏକ ଶପଥ ପାଠ କରାଯାଇଥିଲା | ଜନତା ମହା ବିଦ୍ୟାଳୟର ଅଧ୍ୟକ୍ଷ କାଳନ୍ଦୀ ଚରଣ ପ୍ରଧାନ, ଅସିତ୍ କୁମାର ଜେନା, ନିରଞ୍ଜନ ଦାସ, ରବିନାରାୟଣ ବେହେରା,ଅଧ୍ୟାପିକା ସୁମିତ୍ରା ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ। । ଏହି କାର୍ଯ୍ୟକ୍ରମର ଆୟୋଜନ ପ୍ରକଳ୍ପର ପରିଯୋଜନା ସହଯୋଗୀ ଜ୍ୟୋସ୍ମିତା ପ୍ରଧାନ ଏବଂ ଯୁବ ସମାଜସେବୀ ଦୀପକ ସାହୁ ସହଯୋଗ କରିଥିଲେ |