ହିତାଧିକାରୀଙ୍କୁ ଦେଇପାରିଲେ ନାହିଁ ପାଇଥିବା ଜମି ପଟ୍ଟା ର ଚିହ୍ନଟ ।

ଆଠମଲ୍ଲିକ,୨୩/୮(ବୁଲୁ ଦଳେଇ) : ଆଠମଲ୍ଲିକ ତହସିଲ ଦାର ଓ ବନଖଣ୍ଡ ଅଧିକାରୀଙ୍କ ଅନୁପସ୍ଥିତିରେ ତିନି ଜଣ ରାଜସ୍ବ ନୀରିକ୍ଷକ ଓ ଧଣ୍ଡାତୋପା ବନ ବିଭାଗ ଦ୍ବାରା ଆଜି ସଦାନନ୍ଦପୁର ଗ୍ରାମର ପରମା ଭୋଇ ପରିବାର ପାଇଥିବା ପଟ୍ଟା ଜମି କୁ ଚିହ୍ନଟ ଦେଇ ପାରି ନଥିବା ଦେଖାଦେଇଛି । ସୂଚନା ନେବାରେ ଜଣାଯାଏ କି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ପଞ୍ଚାୟତ ଅନ୍ତର୍ଗତ ସଦାନନ୍ଦପୁର ଗ୍ରାମର ପରମା ଭୋଇ, ଦ୍ରୁପଦ ଭୋଇ, ପ୍ରଦୀପ ଭୋଇ ମୌଜା ସଦାନନ୍ଦପୁର ଖାତା ନଂ ୨୪ ପ୍ଲଟ ନମ୍ବର ୨୪୩ ର ଆଂଶିକ ୦.୪୫ ଲେଖାଏ ତିନିଜଣଙ୍କୁ ମୋଟ ଏ ୧.୩୫ ଡେସିମିଲି ସରକାରଙ୍କ ତରଫରୁ ମିଳିଥିବା ଜଙ୍ଗଲ ଜମି ପଟ୍ଟା କୁ ଉକ୍ତ ଗ୍ରାମର ଦୁର୍ଯ୍ୟଧନ ପ୍ରଧାନ ,ଧନେଶ୍ଵର ପ୍ରଧାନ,ପରମେଶ୍ବର ପ୍ରଧାନ ପିତା ଗୋବିନ୍ଦ ପ୍ରଧାନ ଜାହିର ଜବର ଦସ୍ଥି ବଳପୂର୍ବକ ଅକ୍ତିଆର କରିଥିବା ଦେଖିବାକୁ ମିଳିଛି । ଉକ୍ତ ଜମି ର ସତ୍ଵ ପାଇବା ପାଇଁ ନିରୀହ ଭୋଇ ପରିବାର ଦୀର୍ଘ ୧୮ ବର୍ଷ କାଳ ଠାକୁରଗଡ ରାଜସ୍ବ ନୀରିକ୍ଷକ ଅଧିକାରୀ ,ଆଠମଲ୍ଲିକ ତହସିଲଦାର, ଉପଜିଲ୍ଲାପାଳ ଓ ଅନୁଗୋଳ ଜିଲ୍ଲାପାଳ ଙ୍କୁ ବାରମ୍ବାର ଦୌଡ଼ି ଦୌଡ଼ି ଆପତି ଅଭିଯୋଗ କରିବା ଫଳରେ ଅନୁଗୋଳ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରେ ଆଜି ଭୋଇ ପରିବାର ଙ୍କୁ ଜମି ଚିହ୍ନଟ କରି ସତ୍ଵ ଦେବା ପାଇଁ ଆଜି ଧଣ୍ଡାତୋପା ବନ ବିଭାଗ ଓ ତିନିଜଣ ରାଜସ୍ବ ନୀରିକ୍ଷକ ଅଧିକାରୀ ଙ୍କ ଦ୍ଵାରା ଜମି ଚିହ୍ନଟ କରିଥିବା ଦେଖିବାକୁ ମିଳିଛି ।

ଦୁଃଖର ବିଷୟ ଜଙ୍ଗଲ ଜମି ପଟ୍ଟା ପାଇଥିବା ପ୍ରକୃତ ହିତାଧିକାରୀ ଙ୍କ ପ୍ରକୃତ ପ୍ଲଟ ରେ ଥିବା ଜମିକୁ ଚିହ୍ନଟ ନକରି ରାସ୍ତା ଉପରେ ବାରମ୍ବାର ଚେନ୍ ପକାଇ ସମୟ ବିତାଇଥିବା ଦେଖାଦେଇଥିଲା । ଉକ୍ତ କାର୍ଯ୍ୟକ୍ରମ କୁ ପରିବାର ଲୋକ ବିରୋଧ କରୁଥିବା ବେଳେ ବନାଞ୍ଚଳ ଅଧିକାରୀ ବବୃବହାନ ସାହୁ ଧମକ ଦେଇ ହିତାଧିକାରୀଙ୍କୁ ଭୟଦେଖାଇ ଚୁପ୍ କରିଥିବା ଦେଖାଦେଇଛି । ଉକ୍ତ କାର୍ଯ୍ୟ କାଳପକୁ ଗଣମାଧ୍ୟମ ପ୍ରତିନିଧି ଫଟୋ ଉତ୍ତୋଳନ କରୁଥିବା ସମୟରେ ଫଟୋ ନ ଉଠାଇବାକୁ ପାଟି କରି ବାରଣ କରିଥିବା ଦେଖାଦେଇଛି । ବଳ ପୂର୍ବକ ଜମି ମାଡ଼ି ବସି ଥିବା ପ୍ରଧାନ ପରିବାର ଠାକୁରଗଡ ଓ ଆଠମଲ୍ଲିକ ପ୍ରଶାସନ ଅଧିକାରୀ ମାନଙ୍କୁ ହାତ ବାରିଶି କରି ଜମି ଚିହ୍ନଟ କରେଇ ନ ଦେବା ପାଇଁ ଯୋଜନା ବାନ୍ଧି ଛନ୍ତି । ଜିଲ୍ଲାପାଳ ଙ୍କ ଆଦେଶ କୁ ଆଠମଲ୍ଲିକ ତହସିଲ ବିଭାଗ ଓ ଆଠମଲ୍ଲିକ ବନଖଣ୍ଡ ବିଭାଗ କିପରି ପାଳନ କରୁଛନ୍ତି ଏଥିରୁ ସ୍ପଷ୍ଟ ଜଣା ପଡୁଛି । ଭୋଇ ପରିବାର ନିରାଶ ହୋଇ ଗଣ ମାଧ୍ୟମ ଜରିଆରେ ନିବେଦନ କରିଛନ୍ତି ୧୦ ଦିନ ଭିତରେ ଉକ୍ତ ଜମିକୁ ସଠିକ୍ ଚିହ୍ନଟ ନଦେଲେ ଅନୁଗୋଳ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପରିବାର ବର୍ଗ ଅମର ଅନଶନ କରି ଆତ୍ମାହୁତି ଦେବାକୁ କହୁଛନ୍ତି ।