ଅଘୋଷିତ ବିଦ୍ଯୁତକାଟ ପ୍ରତିବାଦ ରେ ଟାଟା ପାୱାର କାର୍ଯ୍ଯାଳୟ ଘେରିଲେ ଆଦିବାସୀ

ବେଗୁନିଆପଡା,୧୧/୮(ସୁନିଲ କୁମାର ବେହେରା): ଟାଟା ପାୱାର ର ଅଘୋଶିତ ବିଦ୍ୟୁତ କାଟ ପ୍ରତିବାଦ ରେ ଗୁରୁବାର ମଧ୍ୟାହ୍ନ ରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ୩ ଗୋଟି ପଞ୍ଚାୟତ ଯଥା କାଳିମେଘି, ଘୋଡାପଡା ଓ ଚନ୍ଦନପୁର ପଞ୍ଚାୟତ ର ଶତାଧିକ ମହିଳା ଓ ପୁରୁଷ ଆଦିବାଷି କୋଦଳା ଟାଟା ପାୱାର କାର୍ଯ୍ୟଳୟ ଘେରାଉ କରିଥିଲେ। ବିନା କୌଣସି ନୋଟିସ ରେ ଦୈନିକ ୮ ରୁ ୯ ଘଣ୍ଟା ପର୍ଯ୍ୟନ୍ତ ଅଘୋଶିତ ବିଦ୍ୟୁତକାଟ ହେଉଥିବା ନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି । ସୂଚନା ପ୍ରକାରେ ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କାଳିମେଘି, ଘୋଡାପଡା ଓ ଚନ୍ଦନପୁର ପଞ୍ଚାୟତର ଆଦିବାସୀ ଗ୍ରାମ ଡ଼ଭାବଣିଆ, ଜାନିବିଲି, ବାଇଦିପଡା, ରାଇପଡା ପ୍ରଭୃତି ଗ୍ରାମ ମାନଙ୍କରେ ମନଇଛା ବିଦ୍ଯୁତ କାଟ ହେଉଛି।ଅଞ୍ଚଳ ଗୁଡିକ ଜଙ୍ଗଲ ମଧ୍ୟରେ ରହିଥିବାରୁ ରାତିରେ ହିଂସ୍ରଜନ୍ତୁଙ୍କ ଭୟ ରହୁଛି। ଆଦିବାସୀ ନେତା ବିଜୟ କୁମାର ସ୍ୱାଇଁ ଏକ ଲିଖିତ ଅଭିଯୋଗ ନେଇ ଉକ୍ତ ପଞ୍ଚାୟତ ବହୁ ଆଦିବାସୀ ମାନଙ୍କୁ ସାଙ୍ଗରେ ଧରି କୋଦଳା ଟାଟା ପାୱାର ବିଭାଗୀୟ ଯନ୍ତ୍ରୀଙ୍କୁ ଭେଟି ସମସ୍ଯା ସମ୍ପର୍କରେ ଆଲୋଚନା କରିଛନ୍ତି।କିଛି ସମୟ ଯୁକ୍ତିତର୍କ ମଧ୍ୟରେ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ଆଦିବାସୀ ମାନେ ଦାବି କରିଛନ୍ତି। ଅଭିଯୋଗ ର ସମାଧାନ ୩ ଦିନ ମଧ୍ୟରେ ପଦକ୍ଷେପ ତୁରନ୍ତ ନିଆଯିବ ବୋଲି ବିଭାଗୀୟ ଯନ୍ତ୍ରୀ କିରନ କୁମାର ପ୍ରତିଶ୍ରୁତି ଦେଇଥିଲେ !ଯଦି ସ୍ଥାୟୀ ସମାଧାନ ନ କରାଯାଏ ଆଗାମୀ ସପ୍ତାହରେ ହଜାର ହଜାର ଆଦିବାସୀମାନଙ୍କୁ କୋଦଳା ଟାଟା କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ଆଦିବାସୀ ନେତା ତଥା ଆବାହକ ବିଜୟ କୁମାର ସ୍ୱାଇଁ ।