ରାୟଗଡ଼ା,(ପ୍ରଫୁଲ କୁମାର ବେହେରା): ନିର୍ମାଣଧୀନ କଲଭର୍ଟ ଭୁଶୁଡ଼ି ୫ଜଣଙ୍କର ମୃତ୍ୟୁ ହେବା କଥା ସାମ୍ନାକୁ ଆସିଛି । ଏଥିରେ ସମୁଦାୟ ୪ଜଣଙ୍କ ଶିଶୁ ସମେତ ୦୧ ଜଣେ ବୟସ୍କ ବ୍ୟକ୍ତି ମୃତ୍ୟୁ ଘଟିଛି । ଏପରି ଅଘଟଣ ଲାଗି ଗାଁରେ ଶୋକାକୂଳ ପରିସ୍ଥିତି ଦେଖାଦେଇଛି । ଏଥିସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନା ଅନୁଯାୟୀ, ରାୟଗଡା ସ୍ଥିତ କଲ୍ୟାଣସିଂହପୁର ଉପରସଜା ନିକଟରେ କେନାଲ ଉପରେ ଏକ କଲଭର୍ଟ ତିଆରି ହେଉଥିଲା । ଦୀର୍ଘ ଦିନ ବର୍ଷା ଯୋଗୁଁ ଏହାର ନିର୍ମାଣକାର୍ଯ୍ୟ ଶେଷ ହୋଇପାରିନଥିଲା । ତେବେ ଏହା ତଳେ ଅନେକ ଲୋକ ଗାଧଉଥିଲେ । ହଠାତ୍ କଲଭର୍ଟ ଭୁଶୁଡ଼ି ପଡିବା ହେତୁ ସମସ୍ତେ ଭୟଭୀତ ହୋଇ ଏଣେ ତେଣେ ପଳାଇବା ବେଳେ ଏହି ୫ଜଣ ସେହି ଭଗ୍ନ କଲଭର୍ଟ ତଳେ ବଳି ପଡିଯାଇଛନ୍ତି।ଘଟଣା ସ୍ଥଳରେ ଗାଧଉଥିବା ଅନ୍ୟାନ୍ୟ ଲୋକଙ୍କର ଆହତ କଥା ବର୍ତ୍ତମାନ ସୁଦ୍ଧା କିଛି ସୂଚନା ନାହିଁ । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଏବଂ ପୋଲିସ କର୍ମୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଶିଶୁଙ୍କ ମୃତ୍ୟୁକୁ ନେଇ ପରିବାର ବର୍ଗ ଦୁଃଖରେ ଭାଙ୍ଗିପଡି ସେହି ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ଦେଖାଦେଇଛି । ଖବର ପାଇ ଘଟଣା ସ୍ଥଳକୁ କେବିନେଟ୍ ମନ୍ତ୍ରୀ ଜଗନ୍ନାଥ ସାରକା, ବିଧାୟକ ମକରନ୍ଦ ମୁଦୁଲି, ସୁଧୀର ଦାସ, ଓ ଅନ୍ୟ ପ୍ରମୁଖ ବ୍ୟକ୍ତି ମାନେ ଓ ସାମ୍ବାଦିକ ଚାଲି ଚାଲି ପହଞ୍ଚି ମୃତ ଶିଶୁ ଓ ଗାଁ ଲୋକଙ୍କ ସହ ଆଲୋଚନା କରିଥିଲେ