ଭୁବନେଶ୍ଵର ୧୩/୦୬ : ରଜ ପାଇଁ କର୍ଫ୍ୟୁ କୋହଳ କରି ଭିଡ଼ ହେବା ପରେ ଦୋକାନୀଙ୍କ ପାଇଁ ବିଏମସିର ନୂଆ ଗାଇଡଲାଇନ। ଦୋକାନୀ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ର ଉଲ୍ଲଙ୍ଘନ ହେଲେ ଦୋକାନ ସିଲ କରାଯିବ ସହ ଟ୍ରେଡ ଲାଇସେନ୍ସ ବାତିଲ ଓ ଅତ୍ୟାବଶ୍ୟକ ସ୍ଥଳେ ଆଇନ ଅନୁଯାୟୀ ଏହାକୁ ରଦ୍ଦ କରାଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କୁହାଯାଇଛି। ଗ୍ରାହକ କିମ୍ବା ସାଧାରଣ ଲୋକ ମାସ୍କ ନପିନ୍ଧିଲେ, ସାମାଜିକ ଦୂରତା ରକ୍ଷା ନକଲେ ସରକାରୀ ନିୟମ ଅନୁଯାୟୀ ଜରିମାନା କରାଯିବ। ଦୋକାନୀ ଓ ବ୍ୟବସାୟିକ ପ୍ରତିଷ୍ଠାନମାନେ ଏହାକୁ ଦୃଷ୍ଟି ରଖିବା ପାଇଁ ନିର୍ଦେଷ ଦେଇଛନ୍ତି ।