ଢେଙ୍କାନାଳ, ୯/୭(ଶୁଭମ ପାଣି): ସ୍ଥାନୀୟ ସୂର୍ଯ୍ୟ ମଣ୍ଡପ ଠାରେ ଢେଙ୍କାନାଳ ସହରର ମିଳିତ ଗଣେଶ ପୂଜା କ୍ରିୟାନୁଷ୍ଠାନ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ପୂର୍ବତନ ନଗରପାଳ ତଥା କମିତିର ସଭାପତି ସୁଧାଂଶୁ କୁମାର ଦଳେଇ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ନୂତନ ସଭାପତି ଭାବେ ସୁଧାଂଶୁ କୁମାର ଦଳେଇ, ସଂପାଦକ ବିଶ୍ବନାଥ ବେହେରା, ଉପସଭାପତି କରୁଣାକର ଦଳେଇ, ଉପସଭାପତି ସନ୍ଦୀପ କୁମାର ଷଡଙ୍ଗୀ ଓ ଉମେଶ କୁମାର ବେହେରା, ଯୁଗ୍ମ ସଂପାଦକ ବିଶ୍ୱରଞ୍ଜନ ଓଝା, ସହ ସମ୍ପାଦକ ବୀରବର ସାହୁ, ସନାତନ ରାଉତ, କୋଷାଧ୍ୟକ୍ଷ ଅନୁପ ମିଶ୍ରଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଛି । ଗଣେଶ ପୂଜା ଆସନ୍ତା ସେପ୍ଟେମ୍ବର ୧୯ ତାରିଖରେ ଆରମ୍ଭ ହୋଇ ସେପ୍ଟେମ୍ବର ୨୫ ତାରିଖରେ ଇସାଣୀ ଉତ୍ସବକୁ ଶାନ୍ତିଶୃଙ୍ଖଳା ସହ ସମାପନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଶେଷରେ କୋଷାଧକ୍ଷ ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।