ଜୟପାଟଣା:-(ମଳୟ କୁମାର ସାହୁ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବନ ବିଭାଗ ପକ୍ଷରୁ ୭୪ତମ ବନମହୋତ୍ସବ ପାଳିତ ହେଉଥିବା ବେଳେ ଜୁଲାଇ ୧ରୁ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମରେ ଆଜି ବଡକର୍ଲାକୋଟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଅତିଥି ଭାବରେ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁରେନ୍ଦ୍ର ମୋହନ ଯୋଷି,C R C C ଶ୍ରୀଯୁକ୍ତ ସିଦ୍ଧାର୍ଥ ମିଶ୍ର, S M C ସଭାପତି ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ନାୟକ ଯୋଗ ଦେଇଥିବା ବେଳେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସଞ୍ଜୀବ କୁମାର ବେମାଲ,ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ଅତିଥି ମାନଙ୍କ ଦ୍ୱାରା ସ୍କୁଲ ପରିସରରେ ବୃକ୍ଷ ରୋପଣ ବିଷୟରେ ସଚେତନତା କରାଯିବା ସହ ପ୍ରତେକ ଙ୍କୁ ଘର, ବାରିପଟେ ଗୋଟିଏ ଗୋଟିଏ ଗଛ ଲଗାଇବା କୁ ଅନୁରୋଧ କରାଯାଇଥିଲା।
