ବୀରମହାରାଜପୁରରେ ମେଗା ରକ୍ତଦାନ ଶିବିର,୫୬ ୟୁନିଟ ରକ୍ତ ସଂଗ୍ରହ

ବୀରମହାରାଜପୁର,(ଶାନ୍ତନୁ କୁମାର କର୍ଣ୍ଣ)- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମାହେଶ୍ୱରୀ ସେନାର ସକ୍ରିୟ କାର୍ଯ୍ୟ କର୍ତ୍ତା ସ୍ୱର୍ଗତ ଅଜିତ ମହାକୁରଙ୍କ ଆକସ୍ମିକ ସଡ଼କ ଦର୍ଘଟଣା ଓ ବାଲେଶ୍ଵର ଜିଲ୍ଲାରେ ହୋଇଥିବା ଟ୍ରେନ ଦୁର୍ଘଟଣା ଶ୍ରୁତି ଉଦ୍ଦେଶ୍ୟ ଆୟୋଜିତ ହୋଇଥିବା ଏକ ସ୍ବେଚ୍ଛାକୃତ ରକ୍ତଦାନ ୫୬ ମୁଖ୍ୟ ଅତିଥି ଭାବରେ ଉପଖଣ୍ଡ ପୋଲିସ ଅଧିକାରୀ ଡୋଲାମନି ଭୋଇ , ବରିଷ୍ଟ ଶିକ୍ଷା ପରାମର୍ଶ ଦାତା ଡ. ପ୍ରଫୁଲ୍ଲ କୁମାର ରଥ ଓ ଜିଲ୍ଲା କୃଷକ ସଂଘର ସଭାପତି ବୈକୁଣ୍ଠ ଶତପଥୀ ଉପସ୍ଥିତ ରହି ଅଜିତ ମହାକୁରଙ୍କ ନିସ୍ୱାର୍ଥ ସେବାକୁ ପ୍ରଶଂସା କରିଥିଲେ । ଏହି ଶିବିର ରେ ସମୁଦାୟ ଜଣେ ମହିଳାଙ୍କ ସମେତ ୫୬ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏଥିରେ ପଶ୍ଚିମ ଓଡ଼ିଶା ୟୁବାମଞ୍ଚ , ମାହେଶ୍ୱରୀ ସେନା, ଜିଲ୍ଲା ରକ୍ତଦାତା ଓ ସ୍ଥାନୀୟ ଆକାଶ, ପ୍ରତୁଶ ରଂଜନ ଗୁରୁଜୀ, ରକ୍ତ ସଂଯୋଜନ ସୁଧାଂଶୁ କର୍ଣ୍ଣ ପ୍ରମୁଖ ସହଯୋଗ କରିଥିଲେ । ଡ଼. ବିଶ୍ଵନାଥ ରଥ ସମସ୍ତ ରକ୍ତ ଦାତା ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ଟେକ୍ନିସିଏନ ଟିଟୁ ଭୋଇ , କାଉନସିଲର ଜଗତ ଦରୁଅନ, ଯୁଦିଷ୍ଟିର ନାଏକ ରକ୍ତ ସଂଗ୍ରହ କରିଥିଲେ।ଶେଷ ରେ ଜିଲ୍ଲା ରକ୍ତ ଦାତା ସେବା ସଂଘ ସଭାପତି ମନୋଜ ପଣ୍ଡା ସମସ୍ତ ରକ୍ତ ଦାତା ଙ୍କୁ ପ୍ରମାଣପତ୍ର ଦେଈ ଉସାହିତ କରିଥିଲେ।ମାହେଶ୍ୱରୀ ସେନା , ଜିତେନ୍ଦ୍ର ମେଣ୍ଡିଲି , ବିକାଶ ମହାକୁର, ଚୈତନ୍ୟ ପ୍ରଧାନ , ତପନ ନାଏକ, ବିକାଶ ମ‌ହାକୁର, ଅର୍ଜୁନ ପ୍ରଧାନ, ସୁବ୍ରତ କର୍ଣ୍ଣ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l