ଜଳ ବିଭାଗୀୟ ଉନ୍ନୟନ ସଂସ୍ଥା ମାଟି ସୂଚନା ଫଳକ ନିର୍ମାଣ କରି ଟଙ୍କା ଆତ୍ମସାତ !

ଜୟପାଟଣା- (ଅରୁଣ କୁମାର ସାହୁ) :-ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ସାମିଲ ହୋଇଥିବା କାର୍ଯ୍ୟ ନିର୍ବାହୀ ସଂସ୍ଥା ଜଳ ବିଭାଗୀୟ ଉନ୍ନୟନ କଳାହାଣ୍ଡି ଭବାନୀପାଟଣା ରେ ସୂଚନା ଫଳକ ଓ ଶ୍ରମିକ ମାନଙ୍କ ଜବ କାର୍ଡ ରେ କୋଟି କୋଟି ଟଙ୍କା ଆତ୍ମସାତ ସହ ଲୁଟ ଦୁର୍ନିତୀ ଗନ୍ତା ଘର ସଜାଇଛି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାର ଥୁଆମୂଲ୍ ରାମପୁର ବ୍ଲକ ଅନ୍ତର୍ଗତ ପାହାଡ ଘେରା ଦୁର୍ଗମ ଅଞ୍ଚଳ ମହୁଲ୍ ପାଟଣା ପଞ୍ଚାୟତ ଉପର ଚୋବ୍ରି ଗ୍ରାମରେ ଟ୍ରେଞ୍ଚ ନିର୍ମାଣ କାର୍ଯ୍ୟ ରେ ଯନ୍ତ୍ରୀ, କନିଷ୍ଟ ଯନ୍ତ୍ରୀ ଓ ଅଞ୍ଚଳ ର ନିଜକୁ ନିଜେ ଠିକାଦାର ବା କୁଚିନେତା ଭାବୁଥିବା ଅସାଧୁ ବ୍ୟକ୍ତି ମାନେ ନିଜ ସ୍ୱାର୍ଥ ରେ କାମ ହାସଲ କରି ସରକାର ଙ୍କ ନିୟମ କୁ ଉଲଙ୍ଘନ କରି ସୂଚନା ଫଳକ ସେମେଣ୍ଟ ରେ ତିଆରି କରିବା ବଦଳ ରେ ମାଟି ରେ ଅତି ନିମ୍ନ ମାନରେ ସୂଚନା ଫଳକ ତିଆରି କରି କୋଟି କୋଟି ଟଙ୍କା ଆତ୍ମସାତ ଚଲାଇଛନ୍ତି କାର୍ଯ୍ୟ ସଂକେତ: 2410 / WC / 10751163 , ଅଟକଳ ମୂଲ୍ୟ:- 4,86,00 ,ସୂଚନା ଫଳକ ନିର୍ମାଣ ପାଇଁ ଅଟକଳ ମୂଲ୍ୟ 5000 ରହିଅଛି। ହେଲେ ଏହି ପ୍ରକାର ସୂଚନା ଫଳକ କୁ ଅଫିସର ବାବୁ ମାନେ ଫଟୋ ପ୍ରିଣ୍ଟ ପ୍ରସ୍ତୁତ କରି ବିଲ କରିବାରେ ବ୍ୟସ୍ତତା ଏବଂ ଏଠାକାର ଗରିବ ଶ୍ରେଣୀ ର ଶ୍ରମିକ ମାନଙ୍କ ଜବ କାର୍ଡ ବ୍ୟବହାର କରି ମାନଙ୍କୁ ଏହି ସଂସ୍ଥା ଟ୍ରେଞ୍ଚ ,ଚେକ୍ ଡ୍ୟାମ୍ ଭଳି ଅନେକ କାମ ଯୋଗାଇବା ବଦଳ ରେ ଶ୍ରମିକ ମାନଙ୍କୁ କାମ ରେ ଦିନ ମୂଲିଆ ଆକାରରେ କାମ କରାଇ ୧୦୦-୨୦୦ ଟଙ୍କା ଦେଇ ଆଶା ଦେଖାଇ କାମ ହାସଲ କରି ବସିଛନ୍ତି । ହେଲେ ଶ୍ରମିକ ମାନଙ୍କ ଦୈନିକ ମଜୁରୀ 326 ରହିଅଛି ତା ସହିତ କାମ ରେ କାର୍ଯ୍ଯତଥା ଲାଗିନଥିବା ଶ୍ରମିକ ଙ୍କ ଜବ କାର୍ଡ ରେ ଡିମଣ୍ଡା କରି ବ୍ୟାଙ୍କ୍ ଖାତା ରେ ଟଙ୍କା ଜମା କରି ଶ୍ରମିକମାନଙ୍କୁ ଡରେଇ ବା ସହ ଧାମକ ଚମକ୍ ଦେଇ ଅସାଧୁ ବ୍ୟକ୍ତି ମାନେ ଶ୍ରମିକମାନଙ୍କୁ ବ୍ୟାଙ୍କ୍ କୁ ନେଇ ତାଙ୍କ ଦ୍ଵାରା ଟଙ୍କା ଉଠେଇ କୋଟି କୋଟି ଟଙ୍କା ହରି ଲୁଟ୍ କରି ଆତ୍ମସାତ କରୁଛନ୍ତି। ଶେଷରେ ଶ୍ରମିକ କାହାକୁ କିଛି କୋହି ନପାରି ନିରାଶ ହୋଇ ପଡ଼ି ରହୁଛି। ଶ୍ରମିକ ବା ଜବ କାର୍ଡ ଧାରୀ ମାନେ ମତ ପ୍ରକାଶ କରିଛନ୍ତି । ତା ସହିତ ଏହି ସଂସ୍ଥା ରେ ଦୁର୍ନିତି ବିଭାଗୀୟ ଅଧିକାରୀ ବାରମ୍ବାର ଚଡ଼ାଉ କରୁଥିଲେ ମଧ୍ୟ କେହି ଅଫିସର ବାବୁ ମାନେ ଖାତିର୍ କରୁନାହାନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଉ ବୋଲି ଅଞ୍ଚଳ ବାସୀ ଦାବି ରଖିଛନ୍ତି ।