ମା ଙ୍କ ଆଗମନ ରେ ମହିଳା ଙ୍କ ଦ୍ୱାରା ପଣା ପାଣି ହାଣ୍ଡି

ପୁରୁଷୋତ୍ତମପୁର,୩/୫(ସୁନିଲ କୁମାର ବେହେରା): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳରେ ୩ ତାରିଖ ରେ ମା ପଞ୍ଚ ବୁଢି ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହେଉଅଛି। ଏଥି ଲାଗି ପୁରୁଷୋତ୍ତମପୁର ସପ୍ନେଶ୍ୱର ଛକ ଠାରୁ ମହିଳା ମାନେ ମା ଙ୍କ ଆଗମନ ଲାଗି ପଞ୍ଚ ମା ବୁଢି ଠାକୁରାଣୀଙ୍କ ପାଞ୍ଚ ଟି ପଣା ହାଣ୍ଡି କୁ ପାଞ୍ଚ ଜଣ ମହିଳା ନେଇଥିଲେ। ପ୍ରଥମେ ପାଞ୍ଚ ଗୋଟି ଠାକୁରାଣୀ କନକେଶ୍ୱରୀ, ମା କାଳୀ, ଫୁଲେଶ୍ୱରୀ, ମା କାଳୁଆ ଓ ତାରା ତାରିଣୀ ଙ୍କ ପଣା ହାଣ୍ଡି କୁ ସପ୍ନେଶ୍ୱର ଛକ ର୍ହସ ଚାଉଳ ଗୋଦାମ ନିକଟସ୍ଥ ରୁ ପୂଜାର୍ଚ୍ଚନା କରି ମେନ ରୋଡ ଚାଙ୍ଗୁଡିଆ ପଦର ସାହି ପରିକ୍ରମା କରି ମା ଙ୍କ ଅସ୍ଥାୟୀ ମଣ୍ଡପରେ ପହଞ୍ଚି ସେଠୁ ନିଜ ନିଜର ମନ୍ଦିର ଅଭିମୁଖେ ଯାଇଥିଲେ। ପୁରୁଷୋତ୍ତମପୁର ରେ ପଣା ପାଣି ହାଣ୍ଡି ପୁରୁଷ ମାନେ ନେଉଥିବା ବେଳେ ଆଜି ମହିଳା ମାନେ ନେଉଥିବା ରୁ ଦେଖି ସମସ୍ତେ ପ୍ରଶଂସା କରିଥିଲେ।