ମହିଳା ପୋଲିସ ଅଧିକାରୀ ଙ୍କ ଦବଙ୍ଗଗିରି lଦୋଷ ମୁକ୍ତ ହେବାପାଇଁ ଅଭିଯୋଗ କାରି ଙ୍କୁ ଅପହରଣ ଅଭିଯୋଗ l

ମୋହନା (ଜିତେନ୍ଦ୍ର କୁମାର ବେହେରା ) ରକ୍ଷକ ସାଜିଲା ଭକ୍ଷକ ସମାଜରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଯେଉଁ ପୋଲିସ ଉପରେ ଜନସାଧାରଣ ଭରସା କରନ୍ତି, ସେହି ପୋଲିସ ଆଜି ସାଜିଛି ଲାଞ୍ଚୁଆ, ଅପହରଣକାରି ଏଭଳି ଅଭିଯୋଗ ଆସିଛି ଗଜପତି ଜ଼ିଲ୍ଲା ମୋହନା ଥାନାରୁ, ଅଭିଯୋଗ ହୋଇଛି ଜଣେ ମହିଳା ପୋଲିସ ଅଧିକାରୀ ଙ୍କ ବିରୋଧ ରେ l ସୂଚନା ପ୍ରକାରେ ମୋହନା ଥାନାରେ କାର୍ଯ୍ୟରତ ମହିଳା ଏସ୍. ଆଇ ଜ୍ୟୋତ୍ସ୍ନା ରୟ ଥାନା ଅଞ୍ଚଳ ର ନୁଣ୍ଡୁୁଜ୍‌ ଗ୍ରାମର ପ୍ରେରିତ ମାଝୀ ନାମକ ଜଣେ ବୃଦ୍ଧ ଙ୍କ ସମ୍ପର୍କୀୟ ଙ୍କ ଗଞ୍ଜେଇ ମାମଲା ରେ ଜବତ ଏକ ଅଟୋ କୁ ମୁକ୍ତ କରିବା ପାଇଁ ସମ୍ପୃକ୍ତ ବୃଦ୍ଧ ଙ୍କ ଠାରୁ ନିଜ ସହଯୋଗୀ ପିଣ୍ଡିକି ଗ୍ରାମର ପ୍ରଜ୍ଞା ନାୟକ ଙ୍କ ସହଯୋଗ ରେ ବିଭିନ୍ନ ପର୍ଯ୍ୟାୟ ରେ 20 ହଜାର ଟଙ୍କା, 4 ଟି କୁକୁଡ଼ା, 5 କେଜି ମାଛ ନେଇଥିଲେ କିନ୍ତୁ ତାଙ୍କ ଜବତ ଅଟୋ ଟି ମୁକ୍ତ କରିନଥିଲେ l ପରେ ପ୍ରେରିତ ସେ ପ୍ରଦାନ କରିଥିବା ଟଙ୍କା ଏସ୍. ଆଇ ଙ୍କୁ ମାଗିବାରୁ ତାଙ୍କୁ ବିଭିନ୍ନ ଧମକ ଚମକ ଦେଇ ତାଙ୍କ ପାଟି ବନ୍ଦ ରଖିଥିଲେ l ନିରୀହ ଆଦିବାସୀ ବୃଦ୍ଧ ପ୍ରେରିତ ପୋଲିସ ଭୟ ରେ ଘଟଣା ସମ୍ପର୍କ ରେ କାହାକୁ ଜଣାଇନଥିଲେ l ଧାର କରଜ କରି ଟଙ୍କା ଦେଇଥିବା ପ୍ରେରିତ ଶେଷରେ ବାଧ୍ୟ ହୋଇ ଗତ 25.3.2023 ରେ ମହିଳା ଏସ୍. ଆଇ ଜ୍ୟୋତ୍ସ୍ନା ଏବଂ ତାଙ୍କ ସହଯୋଗୀ ପ୍ରଜ୍ଞା ଙ୍କ ବିରୋଧ ରେ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ କିନ୍ତୁ କୌଣସି ନ୍ୟାୟ ନପାଇବାରୁ ମୋହନା ସାମ୍ବାଦିକ ସଙ୍ଘ କୁ ଘଟଣା ସମ୍ପର୍କ ରେ ଅବଗତ କରାଇଥିଲେ l 27.3.2023 ରେ ମୋହନା ସାମ୍ବାଦିକ ସଙ୍ଘ ସଭାପତି ଲଷ୍ମଣ ଚୌଧୁରୀ ଙ୍କ ସମେତ ସଙ୍ଘ ର ସଦସ୍ୟ ମନେ ପ୍ରେରିତ ଙ୍କୁ ଥାନାକୁ ନେବାସହ ତତ୍କାଳୀନ ଥାନାଅଧିକାରୀ ଙ୍କୁ ମାମଲା ରୁଜୁ କରିବା ପାଇଁ କହିଥିଲେ l ଘଟଣା ପ୍ରଘଟ ହେଲେ ପୋଲିସ ବିଭାଗ ବଦନାମ ହେବ କହିବା ସହ ସାମ୍ବାଦିକ ମାନଙ୍କୁ ଖବର ପ୍ରକାଶ ନ କରିବା ପାଇଁ ଅନୁରୋଧ କରିବା ସହ ତତ୍କାଳୀନ ଥାନାଅଧିକାରୀ ପ୍ରଶାନ୍ତ ନିଶିକା ଘଟଣା ର ସମାଧାନ କରିବା ସହ ମହିଳା ଥାନା ଅଧିକାରୀ ଙ୍କୁ ପୀଡିତ ବୃଦ୍ଧ ପ୍ରେରିତ ଙ୍କୁ ତୁରନ୍ତ 20 ହଜାର ଟଙ୍କା ଫେରସ୍ତ କରିବା ପାଇଁ କହିଥିଲେ ଏବଂ ପ୍ରେରିତ ଙ୍କ ସହ ସାମ୍ବାଦିକ ମାନଙ୍କୁ ଏସ୍. ଆଇ ଜ୍ୟୋତ୍ସ୍ନା ଙ୍କ ପକ୍ଷରୁ କୌଣସି ଅସୁବିଧା ତଥା ହଇରାଣ ହରକତ ହେବନାହିଁ ବୋଲି ଏକ ଚୁକ୍ତିପତ୍ର ସମ୍ପୃକ୍ତ ଏସ୍. ଆଇ ଏବଂ ତାଙ୍କ ସହଯୋଗୀ ଙ୍କ ସ୍ଵାକ୍ଷର ସହ ରଖିଥିଲେ l କିନ୍ତୁ ଘଟଣା ପରେ ଏସ୍. ଆଇ ଜ୍ୟୋତ୍ସ୍ନା ଜ଼ିଲ୍ଲଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଜଣେ ଡି. ଏସ୍. ପି ଙ୍କୁ ହାତବାରିଶି କରି ମୋହନା ଥାନା ଅଧିକାରୀ ପ୍ରଶାନ୍ତ ନିଶିକା ଙ୍କୁ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ କୁ ବଦଳି କରାଇଦେଇଥିଲେ l ଘଟଣା ସମ୍ପର୍କ ରେ ଗଜପତି ଏସ୍. ପି ସ୍ଵାତି. ଏସ୍ କୁମାର ଅବଗତ ହେବାପରେ ଏସ୍. ଆଇ ଜ୍ୟୋତ୍ସ୍ନା ଙ୍କୁ ତୁରନ୍ତ ଜ଼ିଲ୍ଲା ପୋଲିସ ମୁଖ୍ୟାଳୟ କୁ ବଦଳି କରାଇଥିଲେ l କିନ୍ତୁ ବୁଧୁବାର ମୋହନା କୋର୍ଟ କୁ ଏକ ଦୁଷ୍କର୍ମ ମାମଲା ର ସାକ୍ଷା ପାଇଁ ଆସିଥିବା ଏସ୍. ଆଇ ଜ୍ୟୋତ୍ସ୍ନା ତାଙ୍କର କିଛି ସହଯୋଗୀ ଙ୍କ ସହାୟତା ରେ ବୃଦ୍ଧ ପ୍ରେରିତ ଙ୍କୁ ସକାଳ 8.30 ସମୟରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରୁ ନାନା ଆଳ ଦେଖାଇ କିରାମା ଗ୍ରାମ ନିକଟକୁ ନେଇଯାଇଥିଲେ l ଏବଂ ଦିନ ତମାମ ରଖିଥିଲେ ଏଭଳିକି ବୃଦ୍ଧ ଙ୍କ ମୋବାଇଲ ମଧ୍ୟ ବନ୍ଦ କରିଦେଇଥିଲେ l ପରେ କୋର୍ଟ ସାକ୍ଷ ସାରି ଏସ୍. ଆଇ ଜ୍ୟୋତ୍ସ୍ନା ଏବଂ ସହଯୋଗୀ ପ୍ରଜ୍ଞା ଘଟଣା ସ୍ଥଳରେ ପହଞ୍ଚି ପ୍ରେରିତ ଙ୍କୁ 10 ହଜାର ଟଙ୍କା ଯାଚିବା ସହ ନିଜେ ଦୋଷମୁକ୍ତ ବୋଲି ଲେଖି ଆଣିଥିବା ଏକ ଯାଚିକା ପତ୍ର ରେ ବୃଦ୍ଧ ପ୍ରେରିତ ଙ୍କୁ ସ୍ଵାକ୍ଷର କରିବା ପାଇଁ ବାଧ୍ୟ କରିଥିଲେ l ସେ ମନା କରିବାରୁ ନାନା ଧମକ ଚମକ ଦେଇ ବୃଦ୍ଧ ଜଣକ ର ସ୍ଵାକ୍ଷର କରିଥିଲେ l ପରେ ସନ୍ଧ୍ୟା ସମୟରେ ବୃଦ୍ଧ ଙ୍କୁ ଛାଡିଥିଲେ l ଏନେଇ ବୃଦ୍ଧ ପ୍ରେରିତ ମାଝୀ ଗୁରୁବାର ମୋହନା ଥାନାରେ ଲିଖିତ ଅଭିଯୋଗ କରିବା ପରେ ମହିଳା ଏସ୍. ଆଇ ଙ୍କ ସମସ୍ତ କାରନାମା ର ଗୁମର ଫିଟିଛି l ବର୍ତ୍ତମାନ ର ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ବୃଦ୍ଧ ଙ୍କ ଅଭିଯୋଗ ଗ୍ରହଣ କରିବା ସହ ତଦନ୍ତ କରି ବୃଦ୍ଧ ଙ୍କୁ ନ୍ୟାୟ ଦିଆଯିବା ସହ ଦୋଷୀ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି l