ରାଜକନିକା :-ବିପଦ କେତେ ବେଳେ, କେଉଁ ପରିସ୍ଥିତିରେ ଏବଂ କେଉଁ ରୂପରେ ଆସିଥାଏ,ତାହା କାହାକୁ ଜଣା ନଥାଏ।ଠିକ୍ ସେହିପରି ଏକ ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଆଳି ଥାନା ଅନ୍ତର୍ଗତ ଏକମାଣିଆ ଘାଟରେ ଆଜି ଭୋରୁ ଭୋରୁ ଡଙ୍ଗା ପାର ହେଉଥିବା ସମୟରେ ଡଙ୍ଗା ଟି ବୁଡି ଯାଇଥିଲା।ପ୍ରାପ୍ତ ସୂଚନା ରୁ ପ୍ରକାଶ ଏକମାଣିଆ,ନଳପାହି, ଦକ୍ଷିଣାଡ଼ିହା ଗ୍ରାମର ପ୍ରାୟ ୨୫ରୁ ଉର୍ଦ୍ଧ୍ବ ଯାତ୍ରୀ ସମେତ ୧୦/୧୨ ଟି ମୋଟର ସାଇକେଲ ଥିଲା।କଟକ ଯିବା ପାଇଁ କେରଡ଼ାଗଡ଼ ରୁ ବସ ଧରିବା ପାଇଁ ତରବରିଆ ଭାବେ ଏକମାଣିଆ ଦକ୍ଷିଣ ଡିହା ଘାଟରୁ ଏକ ଯନ୍ତ୍ର ଚାଳିତ ଡଙ୍ଗାରେ ବସିବା ପରେ ପରେ ଡଙ୍ଗାଟିକୁ ନଦୀ ଭିତରକୁ ଠେଲୁଥିବା ସମୟରେ ଡଙ୍ଗାଟି କ୍ଷୀପ୍ର ବେଗରେ ନଦୀ ଭିତରକୁ ଯାଇ ହଠାତ୍ ଡଙ୍ଗାଟି ଭାରସାମ୍ୟ ହରାଇ ଗଭୀର ଗଣ୍ଡରେ ବୁଡି ଯାଇଥିଲା।ଯାହା ଫଳରେ ଘାଟିଆ ସୁଦର୍ଶନ ସ୍ବାଇଁ ଉଦ୍ଧାର କରୁଥିବା ବେଳେ ଏକ ନାବାଳକ କୁ ଉଦ୍ଧାର କରିବା ସମୟରେ ନିଜେ ବୁଡି ଯାଇ ଆଉ ଉଠି ନଥିଲେ।ଏହା ଏକ ବିପଦ ସଙ୍କୁଳ ଘାଟ ଟି ଏବଂ କୁମ୍ଭୀର ଆତଙ୍କ ରହି ଥିବାରୁ ନା ଏଠାରେ ଅଛି ଲାଇଫ ଜାକେଟ ନା ଅଛି ସୁରକ୍ଷା,ପ୍ରଶାସନ ପକ୍ଷରୁ ଘାଟ ପ୍ରତି ନା ଅଛି ଚିନ୍ତା।ଯଦି ପ୍ରଶାସନ ଏଥିପ୍ରତି ସଚେତନ ହୋଇ ଥାନ୍ତେ,ତେବେ ଉକ୍ତ ଡଙ୍ଗାରେ ଯାତ୍ରୀ ମାନଙ୍କୁ ନିୟନ୍ତ୍ରଣରେ ପାର ହେବା ପାଇଁ ପଡ଼ିଥାନ୍ତା।ସ୍ଥାନୀୟ ଲୋକମାନେ ସଙ୍ଗେ ସଙ୍ଗେ ଅନ୍ୟ ଏକ ଡଙ୍ଗା ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।ରିପୋର୍ଟ ଲେଖା ହେଲା ବେଳକୁ ଅଗ୍ନିଶମ ସେବା କି କେହି ପ୍ରଶାସନ ସେଠାରେ ପହଞ୍ଚି ନଥିଲେ।