ଆଜିର ଆଧୁନିକ ଯୁଗରେ ସୋସିଆଲ ମିଡ଼ିଆ ଟୁଇଟର କୁ ଏକ ପ୍ରମୁଖ ଅସ୍ତ୍ର କରିଛନ୍ତି ସମାଜସେବି ରୁପେନ୍ଦ୍ର

ଅସହାୟ ଙ୍କୁ ସହାୟତା ଯୋଗାଇବାରେ ନିଜକୁ ସମର୍ପିତ କରିଛନ୍ତି ରୁପେନ୍ଦ୍ର ମୁଣ୍ଡା ” ଭଗବାନ ରାମ ମହାପ୍ରଭୁଙ୍କ ସେବାରେ ହନୁମାନ ଯେମିତି ସଦାସର୍ବଦା ଉପସ୍ଥିତ ଥିଲେ…ସେମିତି ମୁଁ ମଧ୍ୟ ସଦାସର୍ବଦା ଆପଣ ମାନଙ୍କ ସେବାରେ ଉପସ୍ଥିତ ଅଛି ” ଏହି ଉକ୍ତି କୁ ବହୁତ କମ ବୟସରେ ବୁଝିପାରିଛନ୍ତି ଏବଂ ସମାଜ ସେବା କୁ ନିଜର ବ୍ରତ ବୋଲି ଗ୍ରହଣ କରିଛନ୍ତି l ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଖପ୍ରାଖୋଲ ପଞ୍ଚାୟତ ମହୁରୁଣ୍ଡି ଗ୍ରାମର ମଧ୍ୟବିତ୍ତ ପରିବାର ର ଶ୍ରୀ ମଦନ ମୁଣ୍ଡା ଙ୍କ ଏକମାତ୍ର ସୁପୁତ୍ର ରୁପେନ୍ଦ୍ର ମୁଣ୍ଡା(୨୮) ଆଜି ଭଳି ଆଧୁନିକ ଯୁଗରେ ସୋସିଆଲ ମିଡ଼ିଆ ଟୁଇଟର ଏକ ପ୍ରମୁଖ ଅସ୍ତ୍ର , ସୋସିଆଲ ମିଡ଼ିଆକୁ ଯୁବପୀଢ଼ି ମାନେ ଅପବ୍ୟବହାର କରୁଥିବା ବେଳେ , ସରକାରୀ ସହାୟତା ରୁ ବଞ୍ଚିତ ଥିବା ବିଭିନ୍ନ ସମସ୍ୟା ରୁପେନ୍ଦ୍ର ମୁଣ୍ଡା ଟୁଇଟରକୁ ଅସ୍ତ୍ର କରି ଅସହାୟ , ଗରିବ , ଦୁଃଖୀ , ରାସ୍ତା ଘାଟ , ବିଦ୍ୟୁତ , ଭତ୍ତା , ଘର , ଉନ୍ନୟନ ମୂଳକ କାର୍ଯ୍ୟ , ଡାକ୍ତରୀ ସେବା ଇତ୍ୟାଦି ସାଧାରଣ ଲୋକଙ୍କ ଅସୁବିଧା କଥା ଶୁଣି ସେବା ଯୋଗାଇକୁ ତତ୍ପର ହୋଇ ପଡନ୍ତି ଏବଂ ଯେଉଁଥିରେ ବିଳମ୍ୱ ହୁଏ ସିଧାସଳଖ ଉଚ୍ଚ ପଦସ୍ଥ ଅଧିକାରୀ , ମନ୍ତ୍ରୀ , ସଚିବ , ଜିଲ୍ଲାପାଳ ଙ୍କ ସହ କଥାବାର୍ତ୍ତା ହୋଇ ସମସ୍ୟାର ସମାଧାନ କରିଥାନ୍ତି । ରୁପେନ୍ଦ୍ର ମୁଣ୍ଡା ଏକ ମଧ୍ୟବିତ୍ତ ତଥା ଆଦିବାସୀ ପରିବାର ରେ ଜନ୍ମ ଗ୍ରହଣ କରିଛନ୍ତି ସେ ଶିକ୍ଷା ଲାଭ ସାରିବା ପରେ ଗ୍ରାହକ ସେବା କେନ୍ଦ୍ର( CSC ) ର ଏକ ବେସରକାରୀ ସଂସ୍ଥା ରେ କାର୍ଯ୍ୟ କରନ୍ତି ଓ ସମାଜ ସେବା ରେ ଦାୟିତ୍ୱ ତୁଲାଉଥିବା ବେଳେ ତା ମଧ୍ୟରେ ତାଙ୍କର ଏତେ ସୁନ୍ଦର ସମାଜସେବା ଦେଖି ବେଶ୍ ଖୁସି ଅଞ୍ଚଳବାସି କୁହନ୍ତି ।