ଭୁବନେଶ୍ୱର : ରାଜ୍ୟରେ ଆଜି ନୂତନ ୧୪୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୪ ଜଣ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଏହି ୪ ଜଣଙ୍କ ମଧ୍ୟରୁ ୩ ଜଣ ଯୁବକ ଓ ଜଣେ ଯୁବତୀ ।ସମସ୍ତ ଆକ୍ରାନ୍ତ ହୋମ୍ କ୍ୱାରେଣ୍ଟାଇନ୍ରେ ଥିଲେ। ଚନ୍ଦ୍ରଶେଖରପୁରର ଜଣେ ୨୮ ବର୍ଷୀୟ ଯୁବକ ହାଇଦ୍ରାବାଦରୁ ଫେରିଥିଲେ ,ଆଉ ଜଣେ ଡୁମୁଡୁମାର ୨୯ ବର୍ଷୀୟ ଆକ୍ରାନ୍ତ ଯୁବକ ଦିଲ୍ଲୀରୁ ଫେରିଥିଲେ । ଅନ୍ୟ ୨ ଜଣ ପଟିଆ ଅଞ୍ଚଳର ବୋଲି ଜଣାପଡ଼ିଛି।