ଡଃ ଆମ୍ବେଦକର ଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ପାଳିତ

ମୁଖିଗୁଡ଼ା-( ଅରୁଣକୁମାରସାହୁ):-କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଳକ ମୁଖିଗୁଡ଼ା ଗ୍ରାମ ଠାରେ ଆଜି ରାଷ୍ଟ୍ରୀୟ ପିତା ସମ୍ବିଧାନ ନିର୍ମାତା ଭାରତ ରତ୍ନ ଡଃ ଆମ୍ବେଦକର ଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ପାଳିତ ଆମ୍ବେଦକର ଜାଗୃତି ମଞ୍ଚ , ମୁଖିଗୁଡ଼ା ତରଫ ପୁରୁଣା ମାର୍କେଟ ଦୁର୍ଗା ମଣ୍ଡପ ଠାରୁ ବିରାଟ ରାଲି ବାହାରି ମୂଖୀଗୁଡ଼ା ବସ୍ ଷ୍ଟାଣ୍ଡ ଚାରି ଛକ ନିକଟରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା ଭାରତରତ୍ନ ବାବାସାହେବ ଡଃ.ବି.ଆର୍‌. ଆମ୍ବେଦକର ନିଜର ପ୍ରତିଭା ଓ ଅଧ୍ୟବସାୟ ବଳରେ ସମାଜ ସଂସ୍କାର, ଶିକ୍ଷା ଓ ରାଜନୀତି କ୍ଷେତ୍ରରେ ନିଜର ଅଲିଭା ସ୍ୱାକ୍ଷର ଛାଡ଼ି ଯାଇଛନ୍ତି । ସମାଜରେ ଉପେକ୍ଷିତ ଶ୍ରେଣୀର ଲୋକଙ୍କୁ ସାମାଜିକ ନ୍ୟାୟ ଦେବା ପାଇଁ ସେ ଅବିରତ ସଂଗ୍ରାମ କରିଥିଲେ । ଯେ ସମ୍ବିଧାନ ପ୍ରଣୟନରେ ଯେଉଁମାନେ ସଂପୃକ୍ତ ଥିଲେ ସେମାନଙ୍କ ମଧ୍ୟରେ ଭାରତରତ୍ନ ଡଃ. ବି.ଆର୍‌. ଆମ୍ବେଦକରଙ୍କ ନାମ ପ୍ରଥମ । ତାଙ୍କୁ ସମ୍ବିଧାନର ଜନକ ବୋଲି କହିଲେ ଅତୁ୍ୟକ୍ତି ହେବ ନାହିଁ । ଭାରତର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତକୁ ଦୃଷ୍ଟି ରେ ରଖି ଏବଂ ଦେଶର ବିଭିନ୍ନ ତାକୁ ତଥା ସେ ସମୟର ସାମାଜିକ ଓ ରାଜନୈତିକ ସ୍ଥିତିକୁ ବିଚାର କରି ସେ ସମ୍ବିଧାନର ଖସଡ଼ା ପ୍ରସ୍ତୁତ କରିଥିଲେ । ଆଜିର ଯୁବପିଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇପାରିଲେ ତାଙ୍କ ପ୍ରତି ପ୍ରକୃଷ୍ଟ ଶ୍ରଦ୍ଧାଞ୍ଜଳି ହୋଇପାରିବ । ଡଃ. ବି.ଆର୍‌. ଆମ୍ବେଦକରଙ୍କ ନୂତନ ଭାରତବର୍ଷ ଗଠନ ଲାଗି ଅନନ୍ୟ ଦୂରଦୃଷ୍ଟି ଥିଲା । ସାମାଜିକ ନ୍ୟାୟ ପ୍ରତିଷ୍ଠା କ୍ଷେତ୍ରରେ ଡଃ. ବି.ଆର୍‌. ଆମ୍ବେଦକର ସର୍ବଦା ଅଗ୍ରପୂଜ୍ୟ । ଶିକ୍ଷା, ସମାଜସଂସ୍କାର ଓ ମାନବିକ ମୂଲ୍ୟବୋଧ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ଅବଦାନ ଚିରସ୍ମରଣୀୟ । । ତାଙ୍କ ପରି ମହାପୁରୁଷମାନଙ୍କ ବିଷୟରେ ଆଲୋଚନା କଲେ ଆମ ମଧ୍ୟରେ ଉତ୍ତମ ଗୁଣର ଆଭାସ ହେବା ସହ ଏହା ଆମ ଚରିତ୍ର ସଂଶୋଧନରେ ସହାୟକ ହୋଇଥାଏ । ଏହି ସବୁ ତାଙ୍କର ଅଳିଭା ଶ୍ରୁତି କୁ ମନେ ପକାଇବା ପାଇଁ ପ୍ରତି ବର୍ଷ ଭଳି ଆଜି ଆମ୍ବେଦକର ଜାଗୃତି ମଞ୍ଚ ମୁଖିଗୁଡ଼ା ର ସଭାପତି :- ଚତୁର ସୁନା, ସମ୍ପାଦକ:- ବିବେକ ନନ୍ଦ ଚିନ୍ଧା , କୋଷାଧ୍ୟକ୍ଷ:- ଅନିଲ ନିଆଲ, କାର୍ଯ୍ୟକାରଣ ସମ୍ପାଦକ :- ବନ ମାଳି ମାଝୀ ଅଧ୍ୟକ୍ଷତା ରେ ପାଳିତ ହୋଇଥିବା ବେଳେ ଆଜିର ମୁଖ ଅତିଥି:- ବିଜୟ ଦିଶାରୀ, ମୁଖ ବକ୍ତା:- ଶରତ କୁମାର ରଣା , ସମ୍ମାନୀତ ଅତିଥି:- ସରପଞ୍ଚ ଜୟନ୍ତୀ ମହାଳିକ, ସମିତି ସଭ୍ୟ:- ରବି ହରିଜନ, ସଭା ପତି:- ଦୁର୍ଯୋଧନ ଚିନ୍ଦା , ବକ୍ତା:- ପ୍ରଶାନ୍ତ କୁମାର ନାଏକ, ଅମୃ ନାଏକ, ଅକ୍ରୁର ସୁନା, ତରୁଣ କୁମାର ନାଏକ, ଉଆସୁ ବିଶ୍ଵାଳ, ବିରଞ୍ଚି ନାଏକ, ଲକ୍ଷ୍ମଣ ରଣା, ଦୁର୍ଯୋଧନ ବଣୁଆ, ଉଦ୍ଧବ ବାଗ, ପ୍ରମୂହ ଯୋଗ ଦେଇ କାର୍ଯ୍ୟ ରେ ଉପସ୍ଥିତ ଥିଲେ ।