ଉତ୍କଳର ନବବର୍ଷ, ଅଟେ
ଶୁଭ ଦିନ
ଏହି ଦିନ ଜନ୍ମିଥିଲେ, ବିର ହନୁମାନ
ଆମ ପରମ୍ପରା ଭୁଲି, ହେଉଛୁ ଭ୍ରମିତ
ପାଶ୍ଚାତ୍ୟକୁ ଆପଣେଇ, ହୁଅ ଆନନ୍ଦିତ
ଆମ କଳା ସଂସ୍କୃତି ଯେ, ଅତି ମନୋରମ
ତାହାଠୁ ଦୁରେଇ ଯାଇ, ଖୋଜୁଛୁ ସୁନାମ
ଇଂରାଜୀ ନବବର୍ଷରେ, ହୋଇଣ ପାଗଳ
ମଦ୍ୟପାନେ ଯୁବପିଢ଼ି, ସ୍ଥିତି ଅସମ୍ଭାଳ
ପବିତ୍ର ଏ ଦିବସରେ, କର ଅନୁଚିନ୍ତା
ସମୃଦ୍ଧ ଓଡିଶା ଉଠୁ, ପାଇ ନବ ଚେତ୍ତା
ହେ ଓଡ଼ିଆ ବାସି ତୁମେ, ହୁଅ ଜାଗରଣ
ସମସ୍ତ ପ୍ରାଣରେ ଆସୁ, ନୂଆ ଶିହରଣ
ପୁଣି ସେ ଗର୍ବ ଗୌରବ, ଫେରାଇ ଆଣିବା
ଅସମ୍ଭବ କୁ ସମ୍ଭବ, କରି ଦେଖାଇବା
ଜାତି ପାତି ଭୁଲି ସର୍ବେ, ହୁଅ ଏକତ୍ରୀତ
ମାଟି ମାଁ ର ସୁରକ୍ଷାରେ, ଲାଗିବା ନିଃସର୍ତ୍ତ
ଜଗମୋହନ ଲେଖୁଛି, ହୋଇଣ ବିମୁଖ
ଭାଗ ଭାଗ ହୋଇ ସର୍ବେ, ପାଇବ କି ସୁଖ
ଇତିହାସ ପରମ୍ପରା, ମିଛ ନୁହେଁ ଭାଇ
ବନ୍ଧ ନଭାଙ୍ଗୁଣୁ ତାକୁ, ବାନ୍ଧିନିଅ ଯାଇ
କଳିର କରାଳ ଗ୍ରାସେ, ବୁଦ୍ଧି ନ ଦିଶଇ
ଧ୍ବଂସ ହୋଇଯିବେ, ଅହଂ ଭାବ ଆପଣେଇ
ହେ ମୋର ଉତ୍କଳ ବାସୀ, ଏତିକି ବିନତି,
ହିଂସା ଦ୍ୱେଷ କ୍ରୋଧ ଛାଡ଼,ହୋଇବ ଉନ୍ନତି ।
ନମସ୍କାର
ଲେଖକ-ଜଗମୋହନ ପଟ୍ଟନାୟକ, ବରିଷ୍ଠ ପତ୍ରକାର