ଲଇକେରା:(ଅନିଲ କୁମାର ସରାଫ )ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଳକ ମୁଖ୍ୟାଳୟରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ତା.୯.୦୪.୨୦୨୩ ଠାରୁ ଆରମ୍ଭ ହୋଇ ତା.୧୨.୦୪.୨୦୨୩ ମସିହା ପର୍ଯ୍ୟନ୍ତ ମନ୍ଦିର ପଡାବାସୀ ଓ ଗ୍ରାମବାସୀ ଙ୍କ ମିଳିତ ସହଯୋଗରେ ଷୋହଳ ପ୍ରହର ନାମଯଜ୍ଞ ସମାପନ ହୋଇଯାଇଛି । ଏହି ଷୋହଳ ପ୍ରହର ନାମଯଜ୍ଞ ରେ ସର୍ବମୋଟ ୧୭ ଟି ସଂକିର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରିଥିଲେ । ଲଇକେରା ଗ୍ରାମରେ ବିଭିନ୍ନ ଦଳ ନଗର କିର୍ତ୍ତନ କରି ମଣ୍ଡପକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ଶେଷରେ କୃଷ୍ଣଙ୍କ ଫଟୋଚିତ୍ର ରେ ଦଧି ଖୁଆଇ ସମସ୍ତେ ଭାବ ବିହୋଲ ହୋଇଥିଲେ । ଷୋହଳ ପ୍ରହର ନାମଯଜ୍ଞ ରେ ମୂଖ୍ୟ କର୍ତ୍ତା ଭାବରେ ଗ୍ରାମର ଶ୍ରୀମାନ ବିଜୟ କୁମାର ସାହୁ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଝୀଲୀ ସାହୁ ଙ୍କ ସହିତ ବିକାଶ ନାଏକ, ସରୋଜ ପଟେଲ, ହଳଧର ସାହୁ, ଶୁଶିଲ ମେହେର, ଲଲିତ ଭୋଇ ଓ ଗଣେଶ ବରିହା ତାଙ୍କ ଧର୍ମପତ୍ନୀ ମାନଙ୍କ ସହିତ କର୍ତ୍ତା କାର୍ଯ୍ୟ ତୁଲାଇଥିଲେ । ମୂଖ୍ୟ ପୂଜକ ଭାବେ ଜଗନ୍ନାଥ ମନ୍ଦିର ପୂଜକ ବନମାଳୀ ମିଶ୍ର,ଓ ବିଜୟ ମିଶ୍ର, ପ୍ରଶାନ୍ତ ମିଶ୍ର, ବୃହସ୍ପତି ମିଶ୍ର, ଆଦର୍ଶ ମିଶ୍ର ପ୍ରମୁଖ ପୂଜା କାର୍ଯ୍ୟ ରେ ସହଯୋଗ କରିଥିଲେ । ଷୋହଳ ପ୍ରହର ନାମଯଜ୍ଞ ସଭାପତି ଭାବରେ ପଞ୍ଚାନନ ନାଏକ,ଉପ-ସଭାପତି ବିଦ୍ୟାଧର ବେହେରା, ସମ୍ପାଦକ ତନ୍ମୟ ନାଏକ,ସହ-ସମ୍ପାଦକ ଶୁଶିଲ କୁମାର ମେହେର, କୋଷାଧ୍ୟକ୍ଷ ଟିକେଶ୍ୱର ସାହୁ, ଯୋଗେନ୍ଦ୍ର ସାହୁ କାର୍ଯ୍ୟ ସମ୍ପାଦନ କରିଥିଲେ । କୁଞ୍ଜବିହାରୀ ପଟେଲ, ସରୋଜ ପଟେଲ,ନିଲୁ ସରାଫ, ଅଖିଳ ସରାଫ,ସମୀର ପଟେଲ, ହରିହର ମେହେର,ରାଜୁ ମେହେର, ଆଲୋକ ସାହୁ,ଦେବେଶ ସାହୁ,ଅପିନ୍ଦ୍ର ମାଝୀ,କୈଳାଶ ନାଏକ ଓ ରମାକାନ୍ତ ସେଠ ଙ୍କ ସହିତ ସମସ୍ତ ଯୁବଗୋଷ୍ଠୀ ଓ ପଡାବାସୀ ସହଯୋଗ କରିଥିଲେ ।ନାମ ଯଜ୍ଞ ରେ ଯେଉଁ ସାତ ଜଣ କର୍ତ୍ତା କଳଶ ବୋହି ଥିଲେ ସଂକଳ୍ପ କରିଛନ୍ତି ଆମେ ସମସ୍ତେ ଏହି ଗଛର ସେବା କରିବୁ ଓ ଗ୍ରାମବାସୀ ଙ୍କ ର ସହଯୋଗ କାମନା କରୁଛୁ ବୋଲି କର୍ତ୍ତା ମାନେ କହିଛନ୍ତି ।