ବୁଗୁଡ଼ା :(ପୂର୍ଣଚନ୍ଦ୍ର ବେହେରା ) ଗଞ୍ଜାମ ଜିଲ୍ଲା ବୁଗୁଡା ପୋଲିସ କୁ ମିଳିଛି ବଡ ସଫଳତା । ବହୁ ଦିନ ଧରି ବିଭିନ୍ନ ଗ୍ରାମରେ ଲାଗିରହିଥିଲା ଚୋରଙ୍କ ଆତଙ୍କ । ଯାହାକି ଚୋର ମାନଙ୍କୁ ଧରିବା ପାଇଁ ବୁଗୁଡା ପୋଲିସ୍ ଜାଲ ବିଛାଇଥିଲା। ଗତ କିଛିଦିନ ତଳେ ବୁଗୁଡା, ବେଲଗୁଣ୍ଠା ,ଆସିକା ଥାନା ଅଞ୍ଚଳର କିଛି ଗାଁରେ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା l ବାଲିପଦର ଫାଣ୍ତି ଅଧିନସ୍ଥ ବଣପଲ୍ଲୀ ଗାଁରେ ଗତ ୯ ତାରିଖ ଦିନ ଚୋରି ହୋଇଥିବା ନେଇ ସେହି ଗ୍ରାମର ବଳରାମ ସାହୁ ବୁଗୁଡା ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗ ପରେ ବୁଗୁଡା ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ଙ୍କ ନିର୍ଦେଶ କ୍ରମେ ବାଲିପଦର ଫାଣ୍ଡି ଅଧିକାରୀ ସମିର କୁମାର ବେହେରା ସମେତ ବୁଗୁଡା ଥାନା ଓ ବାଲିପଦର ଫାଣ୍ଡି ପୋଲିସ୍ କର୍ମଚାରୀ ଙ୍କୁ ନେଇ ବଣପଲ୍ଲୀ ଗାଁରେପହଞ୍ଚି ବିଭିନ୍ନ ସି ସି ଟି ଭି ଯାଞ୍ଚ କରି ଅଭିଯୁକ୍ତଙ୍କ ସୁରାକ ପାଇଥିଲେ । ଅଭିଯୁକ୍ତ ମାନେ ଚୋରି ସାମଗ୍ରୀକୁ ନେଇ ବ୍ରହ୍ମପୁର ଲୋଚାପଡ଼ାର ଏକ ଭଡା ଘରେ ରଖିଥିଲେ ସେଠାରେ ଚଢାଉ କରି ଚୋର ଗ୍ୟାଙ୍ଗର ପାଞ୍ଚଜଣ ଙ୍କୁ ଧରିବା ସହିତ ସେମାନଙ୍କ ଠାରୁ ବାଇକ୍ ,କାର୍ ,ଟିଭି,ୱାସିଙ୍ଗ୍ ମେସିନ୍,ଫ୍ଯାନ ,ବାସନକୁସନ,ଗ୍ଯାସ ସିଲିଣ୍ଡର ଓ ଚୁଲା,ରାସନ ସାମଗ୍ରୀ, ଲୁଗାପଟା,୩୦୦୦ଟଙ୍କା,ସୁନାଗହଣା ସହିତ ଘରକରଣା ବିଭିନ୍ନ ସାମଗ୍ରୀ କୁ ଜବତ କରିଛି ବୁଗୁଡା ପୋଲିସ୍,ଏହାସହିତ ଉକ୍ତ ଚୋର ମାନଙ୍କ ବିରୋଧରେ ୨୩୪/୨୩ ଏକ ମାମଲା ରୁଜୁ କରି ଆଜି ରାଜେଶ ବିଷୋୟୀ, ସାଗର ଜେନା, ବିକାଶ ବିଷୋୟୀ, ବାଲାଜୀ ବିଷୋୟୀ 4ଜଣ ଚୋରଙ୍କୁ କୋର୍ଟଚାଲାଣ କରିବା ସହିତ ନାବାଳକ ରଞ୍ଜନ ଜେନା କୁ ସୁଧାର ଗୃହକୁ ପଠାଯାଇଛି ଆଉ କିଛି ଚୋରଙ୍କୁ ଧରିବା ପାଇଁ ଛାନଭିନ ଜାରି ରଖିଥିବା ସୁଚନା ଦେଇଛନ୍ତି ବୁଗୁଡା ଥାନା ଅଧିକାରି ଚିତ୍ତରଞ୍ଜନ ବେହେରା।ଚୋରି ଯାଇଥିବା ଲୋକମାନଙ୍କୁ ଖବର ଦେଇ ଥାନା ପକ୍ଷରୁ ସେମାନଙ୍କ ଜିନିଷପତ୍ର ଅଭିଯୋଗ କ୍ରମେ ଚିହ୍ନଟ କରି ସେମାନଙ୍କୁ ଫେରସ୍ତ ଦିଆଯାଇଛି l