ବାଲେଶ୍ଵର:ସାମାଜିକ ନ୍ୟାୟ ସପ୍ତାହ ପାଳନ ଅବସରରେ ବାଲେଶ୍ବର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଭାସ୍କରଗଞ୍ଜ ସ୍ଵିପର କଲୋନୀ ଠାରେ ସମ୍ପର୍କ ଅଭିଯାନ ସହ ପକ୍ତି ଭୋଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଯୋଗଦେବା ସହିତ ସମାଜର ଦଳିତ ତଥା ପଛୁଆ ବର୍ଗର ବିକାଶ ପାଇଁ ନରେନ୍ଦ୍ର ମୋଦୀ ସରକାର ପ୍ରସ୍ତୁତ କରିଥିବା ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଏଥିସହିତ ପିଲାମାନଙ୍କ ଶିକ୍ଷାର ଉନ୍ନତି ନିମନ୍ତେ ଯଥା ସମ୍ଭବ ସହାୟତା ପ୍ରଦାନ କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ଆଶ୍ୱାସନା ଦେଇଥିଲେ । ଏହାପରେ ମାନ୍ୟବର ସାଂସଦ ଦଳିତ ପରିବାର ସହିତ ପଂକ୍ତି ଭୋଜନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସୁଷମା ବିଶ୍ବାଳ, ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ମମତା ମହାପାତ୍ର, ସିପ୍ରା ମହାପାତ୍ର,ସଂଯୁକ୍ତା ମହାପାତ୍ର, ନଗର ସଭାନେତ୍ରୀ ସୁସ୍ମିତା ପଣ୍ଡା, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ପ୍ରଶାନ୍ତି ପଣ୍ଡା, କଳ୍ପଲତା ବେହେରା, ଅନ୍ନପୂର୍ଣ୍ଣା ଚାନ୍ଦ, ଯୁବମୋର୍ଚ୍ଚା ସମ୍ପାଦକ ଅରୂପ ଜେନା, ରଣଜିତ ପୃଷ୍ଟି, ଟୁନା ବେହେରା, ବାଙ୍ଗୁରୁ ବେହେରା, ଶିବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।