ଲାଞ୍ଜିଗଡ଼ ବିଧାୟକ ଙ୍କ ଚାପ ରେ ଜନସାଧରଣଙ୍କ ଅମୃତ ଧାର ପାଲଟିଛି ସ୍ୱପ୍ନ ର ଧାରା।

ଜୟପାଟଣା( ଅରୁଣ କୁମାର ସାହୁ) -ଖବର ପ୍ରସାରଣ ଭୟରେ ବିଗତ ବର୍ଷ ର ଅମୃତ ଧାରା କୁ ତରବରିଆ ଭାବରେ ଲାଞ୍ଜିଗଡ ବିଧାୟକ ଅନୁମତି ରେ କାମ ଚଳାଇଛନ୍ତି ଅଞ୍ଚଳ ର କିଛି କୁଚୀ ନେତା ସରକାର ଙ୍କ ଅମୃତ ଧାରା ଯୋଜନା ବିଗତ ୨-୩ ବର୍ଷ ଧରି ଆସିସାରି ଥିଲେ ମଧ୍ୟ କାର୍ଯ୍ୟ କରି ହୋଇପାରୁନାହିଁ ତା ସ୍ତାଗିତ ହୋଇ ରହିଯାଇଛି। ଜଳ ହିଁ ଜୀବନ ଜନ ସାଧାରଣ ଙ୍କୁ ପିଇବା ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଅମୃତ ଯୋଜନା ଆରମ୍ଭ କରିଥିଲେ ସରକାର। ହେଲେ ମଧ୍ୟ ତାହା ର ଓଲଟା ଚିତ୍ର ର ପ୍ରତି ଛବି ବାସ୍ତବ ରେ କେତେକ ଅଞ୍ଚଳରେ ରେ ସଂପୂର୍ଣ୍ଣ ହୋଇପାରି ନାହିଁ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୂଖିଗୁଡ଼ା ଗ୍ରାମ ପଞ୍ଚାୟତ ରେ ସରକାର ଙ୍କ ତରଫ ରୁ କିଛି ଅନୁଦାନ ରେ ମୁଖିଗୁଡା ଚାରି ଛକ ଗହାଣ ପାଇଁ ବସୁଧା ଯୋଜନା ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଆସିସାରିଥିଲେ ମଧ୍ୟ ତା ର ଏହି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ । କଳାହାଣ୍ଡି ର ଇନ୍ଦ୍ରାବତୀ ବହୁମୁଖୀ ଜଳ ବିଦ୍ୟୁତ୍ ଯୋଜନା ନାମରେ ପରିଚିତ ମୁଖିଗୁଡ଼ା ଗ୍ରାମ l ହେଲେ ଏହି ଅଞ୍ଚଳ ରେ ହଜାର ହଜାର ଲୋକ ବିଗତ ବର୍ଷ ରୁ ବସ ବାସ କରି ଆସୁଛନ୍ତି। ତା ସହିତ ମୁଖିଗୁଡ଼ା ଗ୍ରାମ କୋରାପୁଟ, ନବରଙ୍ଗପୁର, ଧର୍ମଗଡ଼, ଭବାନୀ ପାଟଣା, କେସିଙ୍ଗା, ବଲାଙ୍ଗୀ, ରାୟଗଡ଼ା ରାସ୍ତା ସଂଗୋଗ ଥିବାରୁ ଦିନ କୁ 20-30 ବସ ଓ ଗାଡ଼ି ମଟର ରେ ଯାତାୟତ କରିଥାନ୍ତି ଯାତ୍ରୀ। ହେଲେ ମୁଖିଗୁଡ଼ା ଚାରି ଛକ ନିକଟ ରେ ପାଣିର ବ୍ୟବସ୍ଥା ନଥିବାରୁ ଖରା ଦିନ ଆସି ସାରିଛି ଯାତ୍ରୀ ମାନେ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଏହାର ଦୃଷ୍ଟି ଗୋଚର କୁ ଦେଖି ବିଗତ ବର୍ଷ ରୁ ଅମୃତ ଧାରା ଟେ ଆସିଅଛି। ମନମୁଖୀ ଶାସନ ଯୋଗୁଁ ଆସିଥିବା ଯୋଜନା ଯଦି ବର୍ଷ ବର୍ଷ ଧରି ସ୍ତଗିତ ହୋଇ ରହିଯାଇଛି ହେଲେ ଅମୃତ ଧାରା ଯୋଜନା କାହା ପାଇଁ ତାହି ବଡ଼ ପ୍ରଶ୍ନ ? ଏହି ଅଞ୍ଚଳ ରେ ନିଜକୁ ନିଜେ କୁଚି ନେତା ଭାବୁଥିବା କେତେକ ବ୍ୟକ୍ତି ମାନେ ରାଜନୀତି ଚାପ ସୃଷ୍ଟି କରି ସରକା ର ଙ୍କ ଯୋଜନା କୁ ହେର ଫେର କାମ କରି ବସୀ ଥିବାରୁ କାମ ଆଗେଇ ପାରୁନାହିଁ। ଯଦି ବା ରାଜନୀତି ଚାପ ରେ ଚାପି ହୋଇ କାର୍ଯ୍ଯ ଆରମ୍ଭ ହୋଇ ପାରୁନାହିଁ ତାହେଲେ ଅମୃତ ଧାରା ଯୋଜନା କଣ ରାଜନୀତି କରୁଥିବା ଵାବୁ ମାନଙ୍କ ପାଇଁ ନା ଜନସାଧରଣଙ୍କୁ ପାଇଁ ବ୍ଲକ ପ୍ରଶାସନ ଠାରୁ ସ୍ଥାନୀୟ ବିଧାୟ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଚାପ ରେ କେତେ ଟଙ୍କା ବିକ୍ରି ହୋଇଛନ୍ତି ଓ ଆସୁଥିବା ନିଜ ଅଞ୍ଚଳ ର କାମ କୁ ଅଣ ଦେଖାକରୁଛନ୍ତି। ବୋଲି ଜନସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିବା ସହ ଉଚ୍ଚ ସ୍ତରୀୟ ତଦନ୍ତ ହେଉ ବୋଲି ଦାବି କରିଛନ୍ତି।