ଭୁବନେଶ୍ୱର: କଟକ ମୁଣ୍ଡଳୀ NDRF କ୍ୟାମ୍ପର ୫୦ ଜଣ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
୩ ଦିନ ତଳେ ଜଣଙ୍କଠାରୋ କରୋନା ଭୂତାଣୁ ଛିହ୍ନଟ ହୋଇଥିଲା। ଆଜି ଆଉ ୪୯ ଜଣଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମୁଦାୟ ୫୦ ଯବାନ ପଜିଟିଭ୍ ଚିହ୍ନଟ ହୋଇଥିବା NDRF ପକ୍ଷରୁ ସୂଚନା ଦିଆଯାଇଛି।
ଖବର ଅନୁସାରେ, ୧୬୭ NDRF ଯବାନ ଅମ୍ପନ ମୁକାବିଲା ପାଇଁ ପଶ୍ଚିମବଙ୍ଗ ଯାଇଥିଲେ। ପଶ୍ଚିମବଙ୍ଗରୁ ଫେରିବା ପରେ ସମସ୍ତେ କ୍ୱାରେଣ୍ଟିନ୍ରେ ଥିଲେ। ଏମାନଙ୍କର ସ୍ୱାବ୍ ଟେଷ୍ଟ ପରେ ୫୦ ଯବାନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିିଳିଛି ।