ସାଲେପୁର :(ରଘୁ ନାଥ ପାତ୍ର )କଟକ ଜିଲ୍ଲା ସାଲେପୁର ର ଚିତ୍ରୋତ୍ପଳାନଦୀ ତଟ ହରିଚନ୍ଦନପୁର ବ୍ୟାରେଜ ପଡିଆରେ ପାଞ୍ଚ ଦିନ ଵ୍ୟାପୀ ଅନୁଷ୍ଠିତ ହେଉଥିବା ସାଲେପୁର ମହୋତ୍ସବ ଓ ଉତ୍କଳ ଦିବସ ସମାରୋହ ଚତୁର୍ଥ ସନ୍ଧ୍ୟା ରେ ମୁଖ୍ୟ ଅତିଥିଭାବେ ଗ୍ରାମ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଯୋଗ ଦେଇ ଉତ୍କଳ ଦିବସ ପରିପ୍ରେକ୍ଷୀରେ ସାଲେପୁର ମହୋତ୍ସବ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ |ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ଙ୍କ ପୌରୋହିତ୍ୟରେଅନୁଷ୍ଠିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସମ୍ବିତ ରାଉତରାୟ, ବିଧାୟକ ସୌଭିକ ବିଶ୍ୱାଳ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ଅମ୍ବର କୁମାର କର,କିଶନନଗର ତହସିଲଦାର ମଧୁସୂଦନ ନାୟକ, ନିଶ୍ଚିନ୍ତକୋଇଲି ବି ଡି ଓ ଦିବ୍ୟ ଜ୍ୟୋତି ଦେଓ ପ୍ରମୁଖ ଉଦବୋଧନ ଦେଇଥିଲେ | ନିଜର ସାରଗର୍ଭକ ଅଭିଭାଷଣ ମାଧ୍ୟମରେ ବକ୍ତା ମାନେ କୋଭିଡ଼ ପାଇଁ ସାଲେପୁର ମହୋତ୍ସବବିଗତ ବର୍ଷ ଗୁଡିକରେ ହୋଇପାରିନଥିହେଁ ଚଳିତ ବର୍ଷ ଉତ୍ସାହ ଉଦ୍ଦୀପନା ସୃଷ୍ଟି କରିଛି ବୋଲି ମତବ୍ୟକ୍ତ କରିଥିଲେ |ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଶିଷ୍ଟ ବ୍ୟକ୍ତିଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଏହିକ୍ରମରେ ” ଫ୍ରି ଟୁ ସ୍ପିକ” ର ବରିଷ୍ଠ ପ୍ରତିନିଧି ଅଭୟ ଜେନା ଙ୍କୁ ମଧୁ ସ୍ମୃତି ପରିଷଦ ପକ୍ଷରୁ ମନ୍ତ୍ରୀ ଶ୍ରୀ ଘଡେଇ ସମ୍ବର୍ଦ୍ଧିତ କରିଥିଲେ |ଏହି ଅବସରରେ ବିଶିଷ୍ଟ କଳାକାର ଙ୍କ ଦ୍ୱାରା ନୃତ୍ୟ ସଂଗୀତ ପରିବେଷଣ କରାଯାଉଛି | ବିସ୍ତିର୍ଣ୍ଣ ପଡିଆରେ ବାଲିଯାତ୍ରା ଭଳିଦୋକାନ ବଜାର ରେ କିଣା ବିକା ସହ ଦୋଳି ଝୁଲଣି ଲୋକଙ୍କ ମନ ମୋହୁଛି |ଖାଦ୍ୟ ପେୟ ର ବିପଣୀ ମାନ ଖୋଲିଛି ଓ ଭିଡ଼ ଜମୁଛି