ରାଜକନିକା:ଗ୍ରୀଷ୍ମ ତାତି ରୁ ତ୍ରାହି ପାଇବା ପାଇଁ ଲଗା ଯାଇଥାଏ ଗଛ।ଗଛ ଆମକୁ ଦେଇଥାଏ ବଞ୍ଚିବାର ଖୋରାକ।ସେହି ଗଛକୁ ନୃଶଂସ ଦୂର୍ବର୍ତ୍ତ୍ ମାନେ ଶହ ଶହ ସଂଖ୍ୟାରେ କାଟି ନେଇଛନ୍ତି।ଏହା ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ କନିକା ତହସିଲ ଅଧିନ ସିକୋ ଗ୍ରାମ ପଞ୍ଚାୟତର ରାସ୍ତା କଡ଼ରେ ଛିଡ଼ାହୋଇ ବାଟୋଇ ମାନଙ୍କୁ ଆଶ୍ରୟ ଦେବା ସହିତ ଖରା ତାତି ରୁ ରକ୍ଷା କରିବା ପାଇଁ ଛାୟା ପ୍ରଦାନ କରିଥିବା ୧୦୦ରୁ ଉର୍ଦ୍ଧ୍ବ ଗଛ ।ମାତ୍ର ଦୁଃଖର ବିଷୟ ରାତ୍ରୀରେ କେତେକ ନୃଶଂସ ଦୃବୂର୍ତ୍ତ ଶହ ଶହ ସଂଖ୍ୟାରେ ଗଛ ଗୁଡିକୁ କାଟି ନେଇଛନ୍ତି।ସ୍ଥାନୀୟ ବାସିନ୍ଦା କନିକା ତହସିଲଦାର ଅଶୋକ କୁମାର ଦେହୁରୀ ଙ୍କ ନିକଟରେ ଅଭିଯୋଗ କରିବା ପରେ ଶ୍ରୀ ଦେହୁରୀ ନିଜର ରାଜସ୍ବ ନିରୀକ୍ଷକ ଙ୍କୁ ନେଇ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି।ପ୍ରକୃତ ସତ୍ୟା ସତ୍ୟ ଦେଖିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଆର୍ ଆଇ ଙ୍କୁ ରେପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଆଗାମୀ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ଦୃଷ୍ଟି ରୁ ଏହା ଏକ ନିଛାଟିଆ ରାସ୍ତା ହୋଇ ଥିବାରୁ ବାଟୋଇ ଏବଂ ଯାତ୍ରୀ ମାନେ ନାହିଁ ନଥିବାର ଦୁର୍ଦ୍ଦଶା ଭୋଗ କରିବାକୁ ପଡିବ।ତେଣୁ ଏପରି କାର୍ଯ୍ୟ କରିଥିବା ନୃଶଂସ ମାନଙ୍କ ଉପରେ କଠୋର ରୁ କଠୋର ଦଣ୍ଡ ଦେବାର ବ୍ୟବସ୍ଥା କରା ଯିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।ତହସିଲଦାର ଅଶୋକ କୁମାର ଦେହୁରୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି।ସୂଚନାରୁ ପ୍ରକାଶ ସ୍ଥାନୀୟ ତହସିଲଦାର ତଦନ୍ତ କରି ଫେରିବା ପରେ ପରେ ଏକଥା ଜାଣିବା ସହିତ ଅଭିଯୋଗକାରିଙ୍କୁ ଦୂର୍ବୁର୍ତ୍ତ ମାନେ ମରଣାତ୍ମକ ଆକ୍ରମଣ କରି ଛନ୍ତି ।ଚୋରି, ଡକାୟତି,ଲୁଟ୍,ଗ୍ୟାଙ୍ଗ ୱାର କମି କମି ଆସୁଥିବା ବେଳେ ଗଛ ମାଫିଆ ମାନେ ସକ୍ରିୟ ହୋଇ କାର୍ଯ୍ୟ କରିବାରେ ନଜରକୁ ଆସିଛି।ତେଣୁ ପ୍ରଶାସନ ଏ ଦିଗରେ ଦୃଷ୍ଟି ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍, ବରିଷ୍ଟ ନାଗରିକ ତଥା ସାଧାରଣ ଲୋକମାନେ ଦାବି କରିଛନ୍ତି।