ରାଜକନିକା ନହୁଲିଆ ବଗିଚା ସାଜିଛି ଚୋରା କୋଇଲା ଚାଲାଣର ପେଣ୍ଠସ୍ଥଳୀ |

ରାଜକନିକା:ଦିନକୁ ଦିନ ବୃଦ୍ଧି ପାଉଛି ବେଆଇନ ଚୋରା କୋଇଲା ଚାଲାଣ।ଏହାର ପେଣ୍ଠସ୍ଥଳ ହୋଇଛି,କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜକନିକା ଥାନା ଅଧୀନ ଅଖୁଳିପଡା ଗ୍ରାମ ପଞ୍ଚାୟତର ନହୁଲିଆ ବଗିଚା।ଭଦ୍ରକ ଜିଲ୍ଲା ଧାମରା ବନ୍ଦରରୁ ଚୋରା କୋଇଲା ପ୍ରତ୍ୟେକ ଦିନ ପ୍ରାୟ ୨୦ ରୁ ଉର୍ଦ୍ଧ ପିକଅପ୍ ଭ୍ୟାନ ଯୋଗେ ଚାଲାଣ ହେଉଥିବାର ଅନୁସନ୍ଧାନରୁ ଜଣା ପଡ଼ିଛି।ଏହି ଚୋରା କୋଇଲା ବୋଝେଇ ପିକ ଅପ୍ ଭ୍ୟାନ ଦିନରେ ଆସି ପେଣ୍ଠସ୍ଥଳୀ ସାଜିଥିବା ନହୁଲିଆ ବଗିଚା ଆଢ଼ୁଆଳରେ ରଖା ଯାଇ ରାତି ହେଲେ ତାହା କଟକରୁ ୧୨ ଚକିଆ ଟ୍ରକ ଆସି ଏଠାରୁ ଲୋଡ କରି ବାହାରକୁ ପଠା ଯାଉଛି। ସ୍ଥାନୀୟ ଜଣେ ମାଫିଆ ବେଆଇନ ଇଟା ଭାଟି କରି ନହୁଲିଆ ବଗିଚାର ଗଛ ଆଢ଼ୁଆଳରେ ବହୁ ସତର୍କତାର ସହିତ ଏହି ଚୋରା କୋଇଲା କୁ ଗଚ୍ଛିତ ରଖି ରାତି ରେ ଚାଲାଣ କରିବାର ବ୍ୟବସ୍ଥା କରି ଚାଲିଛନ୍ତି।ସେଥିପ୍ରତି କାହାର ନଜରକୁ ନ ଆସିବା କି ଆସି ନିରବ ରହିବା ଲୋକ ମାନଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଛି ?।ଭଦ୍ରକ ଜିଲ୍ଲାର ଧାମରା ଠାରେ ଜଣେ ଚୋରା କୋଇଲା ମାଫିଆ ସ୍ଥାନୀୟ ପୋଲିସ କୁ ମାସିକିଆ ବଟି ଦେଇ କାରବାର ଚଳାଇ ଥିବା ବେଳେ ସେଠାରେ ତାହା ସମ୍ପୂର୍ଣ୍ଣ ବନ୍ଦ ହୋଇ ଯିବା ଫଳରେ ଲୋକଙ୍କ ଆଢ଼ୁଆଳରେ ରହିଥିବା ନହୁଲିଆ ବଗିଚା କୁ କୋଇଲା ବେପାରୀ ମାନେ ନେଇ ଯାଇଛନ୍ତି ଷ୍ଟକ ବା ଗୋଦାମ ସ୍ଥାନ।ଯଦି ପ୍ରଶାସନ ପକ୍ଷରୁ ରୀତିମତ ଭାବରେ ଚଢାଉ ଜାରି କରା ଯାଇପାରନ୍ତା,ତେବେ ପ୍ରକୃତ ସତ୍ୟା ସତ୍ୟ ପଦାକୁ ଆସିପାରନ୍ତା ବୋଲି ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍, ବରିଷ୍ଟ ନାଗରିକ ତଥା ସାଧାରଣ ଲୋକ ମାନେ ଆଲୋଚନା କରୁଛନ୍ତି।ବାରମ୍ୱାର କୋଇଲା ମାଫିଆ ମାନେ ସକ୍ରିୟ ହୋଇ ପୋଲିସ ଆଖିରେ ଧୂଳି ଦେଇ ରାଜକନିକା ନହୁଲିଆ ବଗିଚାକୁ ପେଣ୍ଠସ୍ଥଳୀ ଭାବେ ବ୍ୟବହାର କରି ବାହାରକୁ ଚାଲାଣ କରିବାର ନଜିର କୁ ଆସୁଥିବାରୁ ଏବଂ ଏଥିରେ ସଂଶ୍ଲିଷ୍ଟ ଥିବା ବେଆଇନ ଚୋରା କୋଇଲା ଚାଲାଣ କାରୀଙ୍କୁ ଧରିବାର ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ,ବହୁ ପରିମାଣରେ ମାଫିଆ ମାନେ ଭୟଭୀତ ହୋଇ ଏପରି କାର୍ଯ୍ୟ କରିବାକୁ ସାହାସ କରନ୍ତେ ନାହିଁ |