ଭଞ୍ଜନଗର – ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଧିନ ମୁଦୁଲିପଲ୍ଲୀ ଗ୍ରାମ ନିକଟରେ ବୁଧବାର ମଧ୍ୟାହ୍ନ ରେ ବଜ୍ରପାତ ଘଟି ଗୋଟିଏ ବଳଦର ମୃତ୍ୟୁ ଘଟିଛି।ମୃତ ବଳଦଟି ନିକଟସ୍ଥ ଭାଲିଆଖାଇ ଗ୍ରାମର ବିପ୍ର ଗୌଡଙ୍କ ହୋଇଥିବା ଜଣାପଡିଛି।ବିପ୍ର ବୁଧବାର ମଧ୍ୟାହ୍ନ ରେ ମୁଦୁଲିପଲ୍ଲୀ ଗାଁ ନିକଟ ଚାଷ ଜମିରେ ନିଜର ୧୮ ପଟ ଗାଇ ଓ ଗୋରୁଙ୍କୁ ଚରାଉଥିବା ସମୟରେ ହଠାତ୍ ବଜ୍ରପାତ ଘଟିଥିଲା। ଆଉ ଘଟଣାସ୍ଥଳରେ ହିଁ ଗୋଟିଏ ବଳଦର ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ବର୍ତ୍ତି ଯାଇଛନ୍ତି।ଖବର ପାଇ ରାଜସ୍ବ ଓ ପ୍ରାଣୀ ସମ୍ପଦ ବିଭାଗର ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି।