ଜୟପାଟଣା-(ଅରୁଣ କୁମାର ସାହୁ):- ଚୈତ୍ର ମାସ ଶୁକ୍ଲପକ୍ଷ ନବମୀ ତିଥିରେ ପଡେ ପବିତ୍ର ରାମ ନବମୀ । ଏହିଦିନକୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରାରାମଙ୍କ ଜନ୍ମୋତ୍ସବ ରୂପେ ପାଳନ କରାଯାଏ । ଏଥିପାଇଁ ସବୁ ରାମ ମନ୍ଦିର ଗୁଡିକରେ ସକାଳୁ ସକାଳୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଲାଗେ । ଆଉ ସ୍ବତନ୍ତ୍ର ରୀତିନୀତିରେ ପୁରୁଷୋତ୍ତମ ଶ୍ରୀରାମଙ୍କ ପୂଜାର୍ଚ୍ଚନା କରାଯାଏ । ଐତିହାସିକ ପ୍ରସିଦ୍ଧ ଶ୍ରୀରାମ ନବମୀ ମହାଯଜ୍ଞ ପାଇଁ ଆଜି ୨୮ମାର୍ଚ୍ଚ ମଙ୍ଗଳବାର ଚୈତ୍ର ଶୁକ୍ଳ ସପ୍ତମୀ ତିଥିରେ ଜୟପାଟଣା ସ୍ଥିତ ଗୀତାଭବନ ଠାରେ ଅପରାହ୍ନ ୫ଟାରେ ଏକ ବିଶାଳ କଳସ ଶୋଭଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶ୍ରୀରାମ ନବମୀ ମହାଯଜ୍ଞ ମହୋତ୍ସବ ପାଇଁ ଯଜ୍ଞ କମିଟି ପକ୍ଷରୁ ଦୈନିକ ରାମାୟଣ ପାରାୟଣ ଏବଂ ସନ୍ଧ୍ୟାରେ ପୁରୀ ଶ୍ରୀକ୍ଷେତ୍ର ଧାମରୁ ଆସିଥିବା ପ୍ରବଚକ ମଣ୍ଡଳୀ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଦୈନିକ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା ହୋଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।