ବାଲିଆପାଳ-(ଚନ୍ଦନ ଅଣ୍ଡିଆ )ବାଲିଆପାଳ ବ୍ଲକ ଜାମକୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ ଉତ୍ସବ ଏପ୍ରିଲ ୭ରୁ୯ ତିନି ଦିନ ଧରି ଅନୁଷ୍ଠିତ ହେବ। ଏ ନେଇ ରବିବାର ବିଦ୍ୟାଳୟ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର କାର୍ୟ୍ୟକାରୀ ସଭାପତି ପୁରାତନ ଛାତ୍ର କମଳଲୋଚନ ପିଳାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ଝାଡେଶ୍ଵର ପ୍ରଧାନ,ସମାଜସେବୀ ଅଜୟ କୁମାର ସାହୁ ଯୋଗଦେଇ କାର୍ୟ୍ୟକ୍ରମର ରୂପରେଖ ବିଷୟରେ ବର୍ଣ୍ଣନା କରିଥିଲେ । କମିଟିର ସଭାପତି ପୁରାତନ ଛାତ୍ର ବିଜୟ କୁମାର ପାତ୍ର,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ ରାଉତ,ଗୁଣାକର ଦେ, ନିବାରଣ ଜେନା,ନଳିନୀ ଭୂଷଣ ଦାସ,ଖଗେନ୍ଦ୍ର ସାମଲ,ବସନ୍ତ ମହାନ୍ତି,ପଞ୍ଚାନନ ନାୟକ,ମନ୍ମଥ ସାହୁ,ଧନଞ୍ଜୟ ଜେନା,ବିନୋଦ ଜେନା,ଚନ୍ଦ୍ରଶେଖର ଦେ,ଅଧ୍ୟାପକ ବରେନ୍ଦ୍ର ବେହେରା,ସରୋଜ ତ୍ରିପାଠୀ,ଯୁଗଳ କିଶ୍ୱର ଜେନା,ପ୍ରଶାନ୍ତ ରାଜ,ମୃଣ୍ମୟ ସିଂହ,ସୁକାନ୍ତ ରାଉତ,ଗୌତମ ଗିରି,ଗୌରାଙ୍ଗ ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।ଆସନ୍ତା ଏପ୍ରିଲ ୭ ତାରିଖରୁ ୯ତାରିଖ ପର୍ୟ୍ୟନ୍ତ ୩ ଦିନ ଧରି ଉତ୍ସବ ପାଳନ ହେବ।ପ୍ରତ୍ୟେକ ଦିନ ଓଡ଼ିଶାର ନାମିଦାମୀ ରାଜନୈତିକ ଦଳର ନେତା,ମନ୍ତ୍ରୀ,ଲେଖକ,କଳାକାର,କବି,ସାହିତ୍ୟିକଙ୍କ ସହିତ ମନୋରଞ୍ଜନ ପାଇଁ ଓଡ଼ିଆ ଚଳଚ୍ଚିତ୍ର ଜଗତର ତାରକା,ସଙ୍ଗୀତକାରଙ୍କ ସହିତ ସେଲିବ୍ରିଟି ମାନେ ଯୋଗଦେବାର କାର୍ୟ୍ୟକ୍ରମ ରବିଥିବାର କମିଟି ପକ୍ଷରୁ କୁହାଯାଇଛି।ଏହି ଅବସରରେ ଏକ ପତ୍ରିକା ମଧ୍ୟ ଉତ୍ସବରେ ଉନ୍ମୋଚିତ ହେବ।ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ମାନଙ୍କୁ ଏବି ଅବସରରେ ସମ୍ବର୍ଦ୍ଧିତ କରାଯିବ। ୧୯୭୩ ମସିହା ଠାରୁ ବର୍ତ୍ତମାନ ପର୍ୟ୍ୟନ୍ତ ବିଦ୍ୟାଳୟର ସମସ୍ତ ପୁରାତନ ଛାତ୍ର ଛାତ୍ରୀଙ୍କୁ ଆମନ୍ତ୍ରଣ କରାଯାଇ ବନ୍ଧୁ ମିଳନ କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି କମିଟିର କାର୍ୟ୍ୟକାରୀ ସଭାପତି କମଲୋଚନ ପିଳା ପ୍ରକାଶ କରିଥିଲେ।।ଶେଷରେ ଶିକ୍ଷକ ସଞ୍ଜୟ କୁମାର ଭୂୟାଁ ଧନ୍ୟବାଦ ଦେଇଥିଲେ।