ବର୍ଷା ସହ କୁ ବାଦଲ ଫଟା କୁଆପଥର ବର୍ଷା

ରାୟଗଡ଼ା,୧୮/୦୩(ପ୍ରଫୁଲ୍ଲ କୁମାର ବେହେରା) : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଆଜି ସଦ୍ୟା ୫ଟା ସମୟରେ ପ୍ରବଳ କୁଆ ପଥର ସହ ବର୍ଷା ହେଉଛି। ଏହି ସମୟରେ ଗୋରଖପୁର ଠାରୁ ମାରିଭଟା ଗ୍ରାମ ପର୍ଯ୍ୟନ୍ତ କୁଆ ସହ ପ୍ରବଳ ବର୍ଷା ଯାହା ଫଳରେ କିଛି ସମୟ ପାଇ ମୁଖ୍ୟ ରାସ୍ତା କୁଆ ପଥର ଡାଙ୍ଗି ହୋଇ ପଡ଼ିଛି। ଯାହା ଫଳରେ କିଛି ସମୟ ପାଇ ସହି ରାସ୍ତା କାଶିମିର୍ ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସେହି ଭଳି କାଶିପୁର ବ୍ଲକ ପଣଷଗୁଡା ଗ୍ରାମ ରେ କିଛି ଘର ଟିଣ ମଧ୍ୟ ଉଡେଇ ନେଇଛି । ସେହି ଭଳ କାଶିପୁର ତହସିଲ ଅଫିସ ପରିସରରେ ବହୁତ ବଡ଼ ଗଛ ଭାଙ୍ଗି ଯାଇଛି । ସେହି ଭଳି ଆଉ କିଛି କିଛି ଗ୍ରାମ ରେ ମଧ୍ୟ ଘର ଭାଙ୍ଗି ଥିବା ଖବର ଆସୁଛି ପହଞ୍ଚି କିନ୍ତୁ ଏବେ ଯାଇ କାଶିପୁର ବ୍ଲକ ବର୍ଷା ଲାଗିରହିଛି। କିଛି ଲୋକଙ୍କ କହିବା ଅନୁସାରେ ଏହି ପରି କୁଆ ବର୍ଷା କେବେ ଦେଖିନଥିବା କହିଛନ୍ତି ।