ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସିଭିଲ୍‌ କୋର୍ଟ ପରିସରରେ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ

ତା – ୧୧.୦୩.୨୦୨୩ ରିଖ ଦିନ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଦାଲତରେ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜଗଦିଶ୍ ପ୍ରସାଦ ମାହାନ୍ତି ଙ୍କ ତତ୍ତ୍ଵାବଧାନରେ ଢେଙ୍କାନାଳ ସିଭିଲ୍‌କୋର୍ଟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଅଛି । ଏହି ଲୋକ ଅଦାଲତରେ ଜିଲ୍ଲାର ସମସ୍ତ ଅଦାଲତର ମୋଟ ୧୬୭୩ ଟି ମାମଲା ଫସଲା କରାଯାଇଅଛି । ସେଥିମଧ୍ୟରୁ ମୋଟର ଦୁର୍ଘଟଣାଜନିତ ୧୨ଟି , ବିବାହ ଏବଂ ପାରିବାରିକ ମାମଲା ୬ଟି , ଦେୱାନୀ ମାମଲା ୬ଟି , ରାଜସ ମାମଲା ୧୬୪୯ଟି ସମାଧାନ କରାଯାଇଛି । ମୋଟର ଦୁର୍ଘଟଣାଜନିତ ପ୍ରାପ୍ୟବାବଦକୁ ଟ.୬୬ , ୪୫ , ୦୦୦ | – ପ୍ରଦାନ କରାଯାଇଅଛି ଏବଂ ଅନ୍ୟାନ୍ୟ ମାମଲା ଗୁଡିକରେ କୋରିମାନା ଓ ବ୍ୟାଙ୍କ ଋଣ ଫଏସଲା ବାବଦକୁ ଟ.୬ , ୩ , ୩୨୦ / ଜିଲ୍ଲାର ସମସ୍ତ ଅଦାଲତ ମାନଙ୍କରେ ଆଦାୟ କରାଯାଇଅଛି । ଢେଙ୍କାନାଳ ସିଭିଲ୍‌କୋର୍ଟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ ଲୋକ ଅଦାଲତରେ ପାରିବାରିକ ଅଦାଲତର ବିଚାରପତି ଶ୍ରୀ ସୂର୍ଯ୍ୟନାରାୟଣ ଦ୍ଵିବେଦି , ଅତିରିକ୍ତ ଜିଲ୍ଲାକକ୍ ଡ . ଜୀବନଜ୍ୟୋତି ରଥ , ବରିଷ୍ଟ ଦେଓନୀବିଚାରପତି ଶ୍ରୀମତି ସତରୂପା ଶତପଥୀ , ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ସୁଧାଶ୍ରୀ ସୁଝଳିଆ , ଗାର୍ଗୀ ରାୟ ବିଭିନ୍ନ ଅଦାଲତ ଗୁଡିକ ପରିଚାଳନାକରିଥିଲେ । ଉକ୍ତଲୋକଅଦାଲତ ରେ ରେଜିଷ୍ଟ୍ରାର ସିଭିଲକୋର୍ଟ ଶ୍ରୀମତି ଅଳକାନନ୍ଦା ମହାନ୍ତି ଉପସ୍ଥିତ ଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ତଥା ସ୍ଵାୟୀ ଏବଂ ନିରନ୍ତରଲୋକ ଅଦାଲତର ବିଚାରପତି ଶ୍ରୀମତି ମମିତା ସାହୁ ସ୍ଥାୟୀ ଏବଂ ନିରନ୍ତରଲୋକ ଅଦାଲତକୁ ପରିଚାଳନା କରିଥିଲେ । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ପ୍ୟାନେଲଲୟର , ପି.ଏଲ. ଭି . , ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ସିଭିଲ୍‌କୋର୍ଟ ର ସମସ୍ତକର୍ମଚାରୀ ଉପରୋକ୍ତ ଲୋକ ଅଦାଲତକୁ ସୁଚାରରପେ ପରିଚାଳନାକରିବାରେ ସହାୟତା କରିଥିଲେ ।