ଢେଙ୍କାନାଳ,୨୩/୦୨(ଶୁଭମ ପାଣି)– ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ରାଜପଥରେ ସର୍ବାଧିକ ଦୁର୍ଘଟଣା ଜନିତ ମୃତ୍ୟୁ ହେଉଥିବାରୁ ଲୋକଙ୍କ ଜୀବନ ରକ୍ଷା ନିମନ୍ତେ ନିର୍ମାଣଧୀନ ରାସ୍ତାରେ ସମସ୍ତ ପ୍ରକାରର ବ୍ୟବସ୍ଥା କରିବା ସହିତ ଉଭୟ ୫୩ ଏବଂ ୫୫ ନମ୍ବର ଜାତୀୟ ରାଜପଥର ବିପଦ ପୂର୍ଣ୍ଣ ସ୍ଥାନ ଗୁଡିକରେ ୨୪ ଘଣ୍ଟିଆ ଜଗୁଆଳ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଜାତୀୟ ରାଜପଥ ପ୍ରାଧ୍ଵକରଣର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଜାତୀୟ ରାଜପଥକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା କୁ ସମାନ୍ତରାଳ କରି ସତର୍କତା ମୂଳକ ବୋର୍ଡ , ସାଇନେଜ ଲଗାଇବାର ବ୍ୟବସ୍ଥା କରିବାକୁ କହିଛନ୍ତି । ସମସ୍ତ ଶିକ୍ଷାନୁଷ୍ଠାନ ସମ୍ମୁଖ ରାସ୍ତାରେ ସତର୍କତା ମୂଳକ ବୋର୍ଡ , ସାଇନେଜ ଲାଗାଇବାକୁ କହିଛନ୍ତି । ବିଭିନ୍ନ ସ୍ଥାନରେ ଶିବିର ଆୟୋଜନ କରି ଦୁର୍ଘଟଣା ରୁ ରକ୍ଷା ପାଇବା ଜନସାଧାରଣଙ୍କୁ ଅଧିକ ସଚେତନ କରିବାକୁ ସେ ଆଞ୍ଚଳିକ ପରିବହନ ଅଧ୍ୟାକାରୀଙ୍କୁ କହିଛନ୍ତି । ଦୁର୍ଘଟଣା ରୋକିବା ନିମନ୍ତେ କରାଯାଇଥିବା ବିହିତ ବ୍ୟବସ୍ଥା ସମ୍ପର୍କରେ ଜାତୀୟ ରାଜପଥ ପ୍ରାଧ୍ଵକରଣର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ ଚେନା , ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରଣୟ କୁମାର ମିଶ୍ର ପୂର୍ତ୍ତ ବିଭାଗ ଅଧ୍ୟକ୍ଷଣ ଯନ୍ତ୍ରୀ , ଶ୍ରୀ ମନୋରଞ୍ଜନ ବିଶ୍ୱାଳ ବୈଠକରେ ଅବଗତ କରାଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ( ରାଜସ୍ବ ) , ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ , ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ଶିବାନନ୍ଦ ସ୍ବାଇଁଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇ ଆଲୋଚନା କରିଥିଲେ ।