ପୂଣ୍ୟତୋୟା ଭାରତରେ ଓଡ଼ିଶା, କଳା,ସାହିତ୍ୟ ଓ ସଂସ୍କୃତି ର ମହାନ ମିଳନ ସ୍ଥଳ।ନିଜସ୍ବ ପ୍ରତିଭା ବଳରେ ଅନେକ ପ୍ରଥିତଯଶା ଓ ସିଦ୍ଧପୁରୁଷ ମାନେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଜନ୍ମନେଇ ଏ ମାଟିକୁ ମହିମା ମଣ୍ଡିତ କରିଛନ୍ତି।ସେହିଭଳି ଜଣେ ତେଜସ୍ବୀ ପୁରୁଷ ପର୍ଶୁରାମ ହରିଚ଼ନ୍ଦନ ଗମ୍ଭାରିମୁଣ୍ଡା ଅଞ୍ଚଳରେ ଜନ୍ମ ନେଇଥିଲେ।ତାଙ୍କ ସାହିତ୍ୟ ସାଧନା, ସମାଜସେବା, ରାଜନୈତିକ ମୂଲ୍ୟବୋଧ ଓ ସ୍ବାଧିନତା ଆନ୍ଦୋଳନ ର ବାର୍ତ୍ତା ଅବିଭକ୍ତ ପୁରୀ ଜିଲ୍ଲା କୁ ଉଦଭାଷିତ କରିବା ସହିତ ସମଗ୍ର ଉତ୍କଳ କୁ ଉଦଭାଷିତ କରିଥିଲା।ବଣ ଜଙ୍ଗଲ ପରିବେଷ୍ଟିତ,ଅନ୍ଧାରୀ ମୂଳକ ଗମ୍ଭାରିମୁଣ୍ଡା ପାଇଁ ସେ ଥିଲେ ଆଲୋକବର୍ତ୍ତିକା। ବ୍ୟକ୍ତିଗତ ଜୀବନର ସୁଖ,ସ୍ବାଚ୍ଛନ୍ଦ୍ୟ,ସାହିତ୍ୟ ସାଧନା ଓ ରାଜନୀତି କୁ ପଛରେ ପକାଇ ସେ ଏ ଅଞ୍ଚଳ ନିର୍ମାଣ ରେ ହେଲେ ବ୍ରତୀ।ତାଙ୍କ ସହିତ ଯୁଟିଲେ,ଏ ଅଞ୍ଚଳ ର ଧନକୁବେର ସିଦ୍ଧ ପୁରୁଷ ଭାଗିରଥି ମାଲୁ। ପର୍ଶୁରାମ ବାବୁ ଯେତେବେଳେ ଥକି ପଡ଼ନ୍ତି, ସାହାସ ଯୁଟାନ୍ତି ଭାଗିରଥି ମାଲୁ, କୁହନ୍ତି “ବାବୁ ଭାଙ୍ଗି ପଡ଼ୁଛ କି ? ତୁମେ ଲାଗ, ଯାହା ଆବଶ୍ୟକ ମୁଁ ଯୋଗେଇଦେବି।ପ୍ରାଥମିକ ସ୍କୁଲ, ମାଇନର ସ୍କୁଲ, ହାଇସ୍କୁଲ,ପୋଷ୍ଟ ଅଫିସ୍,କୋପରିଟିଭ ସୋସାଇଟି,ଡ଼ାକ୍ତରଖାନା,ପଶୁ ଡ଼ାକ୍ତରଖାନ,ସୁନାଖଳା ଛକ ଠାରୁ ଆୟତପୁର ଛକ ପର୍ଯ୍ୟନ୍ତ ରାସ୍ତା ସବୁ ତାଙ୍କର ଅବଦାନ।
ଗମ୍ଭାରିମୁଣ୍ଡା ଅଞ୍ଚଳ ର ସାମୂହିକ ବିକାଶ ପାଇଁ ଅଞ୍ଚଳ ର ଯୁବଗୋଷ୍ଠୀ ଙ୍କୁ ନେଇ ପର୍ଶୁରାମ ହରିଚ଼ନ୍ଦନ ଖଜୁରିଆ ଗ୍ରାମରେ ଏକ କ୍ଲବ ପ୍ରତିଷ୍ଠା କରିଥିଲେ,ଯାହାର ନାମ ରଖାଯାଇଥିଲା “Nonsense Paradise”। ଏହି କ୍ଲବ ମୁଖ୍ୟ ଉଦ୍ଦେଶ୍ୟ ଥିଲା ସମାଜସେବା ସହ ଅଞ୍ଚଳ ର ସାମଗ୍ରିକ ବିକାଶ।ପରବର୍ତ୍ତୀ ସମୟରେ ଗମ୍ଭାରିମୁଣ୍ଡା ଠାରେ ତାଙ୍କ ନେତୃତ୍ବରେ “ଗାନ୍ଧୀ କୁଟୀର” ସ୍ଥାପନ ହୋଇଥିଲା ଏବଂ ଏ ଅଞ୍ଚଳ ର ଯୋଗଜନ୍ମା ସିଦ୍ଧ ପୁରୁଷ ଭାଗିରଥି ମାଲୁ ଙ୍କ ମହାନ ତ୍ୟାଗରେ ଗମ୍ଭାରିମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା।ସେହି ସମୟରେ ପର୍ଶୁରାମ ହରିଚ଼ନ୍ଦନ ଙ୍କ ନେତୃତ୍ବରେ ଯୁବ ଅନୁଷ୍ଠାନ “ପଲ୍ଲୀ ସଂସ୍କୃତି କଳା ପରିଷଦ” ଗଢ଼ି ଉଠିଥିଲା।ଯେଉଁ ଅନୁଷ୍ଠାନ ଟି ଏ ଅଞ୍ଚଳ ର ସର୍ବାଙ୍ଗୀନ ଉନ୍ନତିର ମୂଖ୍ୟଧାରା।ତାଙ୍କରି ମାର୍ଗଦର୍ଶନ ରେ ବହୁ କାର୍ଯ୍ୟ ର ସମାଧାନ ଏହି ଅନୁଷ୍ଠାନ କରିପାରୁଥିଲା।ଏହି ଅନୁଷ୍ଠାନ ଦ୍ବାରା ବହୁ ନାଟକ,ଡ଼୍ରାମା ମଞ୍ଚସ୍ଥ କରାଯାଇ,ସେଥିରୁ ଉପାର୍ଜିତ ଟଙ୍କାକୁ ଅଞ୍ଚଳ ର ଶିକ୍ଷା,ସ୍ବାସ୍ଥ୍ୟ,ଗମନାଗମନ ଆଦି ସାମଗ୍ରିକ ବିକାଶରେ ନିୟୋଜିତ କରାଯାଉଥିଲା। ଏହି ଅନୁଷ୍ଠାନ ଦ୍ବାରା “ଲାଲ ଚ଼ାବୁକ” ନାଟକ ମଞ୍ଚସ୍ଥ ହୋଇଥିଲା,ଯାହାର ନିର୍ଦ୍ଦେଶନା ଦେଇଥିଲେ ଆଜିର ଆନ୍ଧ୍ରପ୍ରଦେଶ ର ରାଜ୍ୟପାଳ ଶ୍ରୀ ବିଶ୍ବଭୂଷଣ ହରିଚ଼ନ୍ଦନ।ସେଥିରୁ ଉପାର୍ଜିତ ଧନରେ ଗମ୍ଭାରିମୁଣ୍ଡା ମାଇନର ସ୍କୁଲ ପ୍ରତିଷ୍ଠା କରାଯାଇ ଏ ଅଞ୍ଚଳ ପାଇଁ ନୂତନ ଯୁଗ ସୃଷ୍ଟି ହୋଇଥିଲା।
ପରବର୍ତ୍ତୀ ପର୍ଯ୍ୟାୟ ରେ ଭାଗିରଥି ମାଲୁ ଙ୍କ ମହାନ୍ ତ୍ୟାଗ ଓ ପର୍ଶୁରାମ ହରିଚ଼ନ୍ଦନ ଙ୍କ ଆପ୍ରାଣ ପ୍ରଚ଼େଷ୍ଟା ଫଳରେ ଗମ୍ଭାରିମୁଣ୍ଡା ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା।ଯାହାର ଶୁଭ ଦେଇଥିଲେ ପରଶୁରାମ ହରିଚ଼ନ୍ଦନ।ଭାଗିରଥି ମାଲୁ ଙ୍କ ଇଷ୍ଟ ଦେବ ପ୍ରଭୁ ଶ୍ରୀ ପତିତପାବନ ଦେବ ଙ୍କ ନାମରେ ବିଦ୍ୟାଳୟ ର ନାମକରଣ ହେଲା ପତିତପାବନ ବାଣୀମନ୍ଦିର।ଏହି ବିଦ୍ୟାଳୟ ରେ ସେ ସମୟରେ ଶିକ୍ଷକ ଅଭାବ ଥିବାରୁ ପର୍ଶୁରାମ ହରିଚ଼ନ୍ଦନ ଙ୍କ ସୁପୁତ୍ର ଶଶୀଭୂଷଣ ହରିଚ଼ନ୍ଦନ,ବିଶ୍ବଭୂଷଣ ହରିଚ଼ନ୍ଦନ,ବିଭୁତିଭୂଷଣ ହରିଚ଼ନ୍ଦନ ବିଦ୍ୟାଳୟ ରେ ଶିକ୍ଷାଦାନ କରିଥିଲେ।ଏହି ବିଦ୍ୟାଳୟ କୁ ଅଗ୍ରଣୀ କରାଇବାରେ ପର୍ଶୁରାମ ହରିଚ଼ନ୍ଦନ ଙ୍କ ସୁପୁତ୍ର ସମବାୟବିଦ୍ ଶଶୀଭୂଷଣ ହରିଚ଼ନ୍ଦନ,ପୂର୍ବତନ ମନ୍ତ୍ରୀ ତଥା ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚ଼ନ୍ଦନ,ଚ଼ିଲିକା ର ପୂର୍ବତନ ବିଧାୟକ ବିଭୁତିଭୂଷଣ ହରିଚ଼ନ୍ଦନ ଙ୍କ ପ୍ରମୁଖ ଅବଦାନ ରହିଛି, ତତସହିତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଲୋକନାଥ ପ୍ରଧାନ,ପାଇକ କବି କୃଷ୍ଣଚ଼ନ୍ଦ୍ର ତ୍ରିପାଠୀ,ପ୍ରାକ୍ତନ ଶିକ୍ଷକ ଯୁଧିଷ୍ଠିର ପ୍ରଧାନ ଙ୍କ ସମେତ ଅନେକ ବୁଦ୍ଧିଜୀବୀ ଓ ଯୁବ ଗୋଷ୍ଠୀ ଙ୍କ ଅବଦାନ ମଧ୍ୟ ରହିଛି।
ସମୟ ସ୍ରୋତରେ ବହି ଆସିଥିବା ପତିତପାବନ ବାଣୀମନ୍ଦିର ଆଜି ଏକ ବିଶାଳ ଶିକ୍ଷା ଅନୁଷ୍ଠାନ ଭାବେ ସମଗ୍ର ଖୋର୍ଦ୍ଧା ଜିଲ୍ଲା ତଥା ଓଡ଼ିଶାରେ ନିଜକୁ ସାବ୍ୟସ୍ତ କରିପାରିଛି ଏବଂ ଏହି ବିଦ୍ୟାଳୟର କୃତବିଦ୍ୟ ଆଦର୍ଶ ଶିକ୍ଷକ ଗଣ,ଯେଉଁ ମାନଙ୍କ ଶିକ୍ଷାଦାନ,ଉତ୍ତମ ଚ଼ରିତ୍ର ଗଠନ ଦିଗରେ ଶିକ୍ଷା ପାଇ ଆଜି ଏହି ଅନୁଷ୍ଠାନ ର ଛାତ୍ରଛାତ୍ରୀ ବହୁ ଉଚ୍ଚ ପଦପଦବୀ ରେ ରହି ଏହି ଅନୁଷ୍ଠାନ ଓ ଆମ ଅଞ୍ଚଳ କୁ ଗୌରବାନ୍ବିତ କରିଛନ୍ତି।
ଏହି ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ବିଜ୍ଞାନମେଳା,ଏନ୍.ସି.ସି,ସ୍କାଉଟ ଓ ଗାଇଡ଼ସ୍,ରେଡ଼କ୍ରସ ଓ କ୍ରୀଡ଼ା କ୍ଷେତ୍ରରେ ବହୁ ସୁନାମ ଅର୍ଜନ କରିପାରିଛନ୍ତି।ବର୍ତ୍ତମାନ ପତିତପାବନ ବାଣୀମନ୍ଦିର ରାଜ୍ୟ ସରକାରଙ୍କର 5T ରେ ରୂପାନ୍ତରିତ ହୋଇ ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ପରିଣତ ହୋଇସାରିଛି।ଏହି ବିଦ୍ୟାଳୟ ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଛି।ଏହା ଅତ୍ୟନ୍ତ ଖୁସିର ବିଷୟ ଏବଂ ଏହି ବିଦ୍ୟାଳୟ ର ପୂର୍ବତନ ଛାତ୍ର ହିସାବରେ ନିଜକୁ ଗର୍ବିତ ଅନୁଭବ କରୁଛି।
ବିଦ୍ୟାଳୟ ର ହୀରକ ଜୟନ୍ତୀ ପାଳନ ଅବସରରେ ସମସ୍ତ ଶିକ୍ଷା ପ୍ରେମୀ ଓ ବିଦ୍ୟାଳୟ ର ପ୍ରଧାନଶିକ୍ଷୟତ୍ରୀ,ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ କର୍ମଚ଼ାରୀ ବୃନ୍ଦ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ତତସହିତ ବିଦ୍ୟାଳୟ କୁ ସରସ ସୁନ୍ଦର କରି ଗଢ଼ି ତୋଲିବାରେ ସହଯୋଗ କରୁଥିବା ବୁଦ୍ଧିଜୀବୀ,ସମାଜସେବୀ,ଯୁବଗୋଷ୍ଠୀ ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।ଏହି ବିଦ୍ୟାଳୟ ର ଉତ୍ତୋରତ୍ତର ଉନ୍ନତି କାମନା କରି ପ୍ରଭୁ ଶ୍ରୀ ପତିତପାବନ ଦେବ ଓ ମା’ ଆଙ୍କୁଲାଇଶ୍ବରୀ ଦେବୀଙ୍କ ନିକଟ ରେ ମୋର ପ୍ରାର୍ଥନା।ଆଜି ଏହି ଉତ୍ସବ ଅବସରରେ ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ପର୍ଶୁରାମ ହରିଚ଼ନ୍ଦନ ଓ ପୃଷ୍ଠପୋଷକ ସ୍ବର୍ଗତ ଭାଗିରଥି ମାଲୁ ଙ୍କୁ ଶତ ଶତ ପ୍ରଣାମ।
ଲେଖକ- ବିଶ୍ବବିଜୟୀ ଦାଶ
ପୂର୍ବତନ ଛାତ୍ର,ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟ
ଗମ୍ଭାରିମୁଣ୍ଡା,ବାଣପୁର,ଖୋର୍ଦ୍ଧା
ପିନ୍ – ୭୫୨୦୩୫
ମୋବାଇଲ ନଂ- ୬୩୭୦୨୦୮୪୨୮