ଖୋର୍ଦ୍ଧା ଜିଲ୍ଲାରେ ସଙ୍ଗରୋଧ ଅବଧି ୧୪ ଦିନକୁ ବୃଦ୍ଧି ।

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଲାଣି। ରାଜ୍ୟ ସରକାର ବିଭିନ୍ନ ପ୍ରକାରର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏ ସବୁ ଭିତରେ ସଙ୍ଗରୋଧ ନିୟମ କୁ ବିଭିନ୍ନ ସମୟରେ ବିଭିନ୍ନ ସମୟ ସୀମା ନିର୍ଦ୍ଧାରଣ କରୁଛନ୍ତି । ଯାହା ଫଳରେ କେଉଁ ନିୟମକୁ ମାନି ଚଳିବେ ଜନସାଧାରଣ ଦ୍ଵନ୍ଦରେ ରହୁଛନ୍ତି । କେତେବେଳେ ୧୪ ଦିନ କେତେବେଳେ ୨୧, ୨୮ ଏମିତି ବିଭିନ୍ନ ପ୍ରକାରର।

ଆଜି ବିଳମ୍ବିତ ରାତିରେ ପୁଣି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସଂଗରୋଧର ଅବଧି କୁ ବଢାଇଛନ୍ତି। ଜିଲ୍ଲାରେ ଏଣିକି ୭ ଦିନ ନୁହେଁ ୧୪ ଦିନ ସଙ୍ଗରୋଧ ରେ ରହିବାକୁ ପଡିବ । କାରଣ ୭ ଦିନର ସଙ୍ଗରୋଧ ଗୃହ ରେ ରହିବା ପରେ ମଧ୍ୟ ପ୍ରବାସୀଙ୍କ ର କରୋନା ପଜିଟିଭ ଚିହ୍ନଟ ହୋଇଛି। ତେଣୁ ଆଜି ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛନ୍ତି ଏଣିକି ସଙ୍ଗରୋଧ ଗୃହରେ ୧୪ ଦିନ ପର୍ଯ୍ୟନ୍ତ ରହିବେ ଏବଂ ଏହି ସମୟ ଶେଷ ପରେ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା ଅନୁଯାୟୀ ସହାୟତା ରାଶି ହିସାବରେ ୨୦୦୦ ଟଙ୍କା ଚେକ ମାଧ୍ୟମରେ ପ୍ରଦାନ କରାଯିବ। ଆଜି ଏ ନେଇ ଜିଲ୍ଲା ପ୍ରଶାସନ ସମସ୍ତ ବ୍ଳକ କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି ।