ଚିଲିକା : ମୋଷ୍ଟ ୱାଣ୍ଟେଡ ସ୍ୱାମୀ କୁ ହତ୍ୟା କଲା ସ୍ତ୍ରୀ ଜଙ୍ଗଲ ମଧ୍ୟରୁ ଆଟାଚ ଭିତରୁ ମୃତଦେହ ଉଦ୍ଧାର ଆଟାଚ ଦୋକାନର ସିସିଟିଭି ରୁ ଚିହ୍ନଟ ହେଲେ ଅପରାଧି ଦାରୁଗାଁ ରେ ହତ୍ୟା ହରିପୁର ଜଙ୍ଗଲରେ ମୃତ ଦେହ ଫିଙ୍ଗିଥିଲେ।

ଚିଲିକା:-୨୩/୦୧(ବିନୁ ଦାସ୍):-ଖୋର୍ଦ୍ଧା ଜିଲ୍ଲାର ନାଚୁଣୀ ଥାନା ଅନ୍ତର୍ଗତ ହରିପୁର ଷଣ୍ଢ ଛକ ନିକଟସ୍ଥ ଜଙ୍ଗଲରେ ଏକ ବନ୍ଦ ଆଟାଚ ପଡିଥିବା ଦେଖିବାକୁ ମିଳିଥିଲା।କୌଣସି ସୂତ୍ରରୁ ନାଚୁଣୀ ପୋଲିସ ଖବର ପାଇ ବନ୍ଦ ଆଟାଚ କୁ ଖୋଲିବା ବେଳେ ସେ ଭିତରେ ଏକ ୩୨ବର୍ଷୀୟ ଯୁବକର ମୃତଦେହକୁ ଲୋଚି କୋଚି ରଖାଯାଇଥିଲା।ଘଟଣା ଟି ଅତ୍ୟନ୍ତ ସ୍ପର୍ଶକାତର ଥିବା ହେତୁ ଘଟଣା ସ୍ଥଳରେ ବାଲୁଗାଁ ଏସ୍ଡିପିଓ ମାନସ ରଞ୍ଜନ ବାରିକ,ନାଚୁଣୀ ଥାନାଧିକାରୀ ଚନ୍ଦ୍ର ଶେଖର ଜେନା, ସାଇଣ୍ଟଫିକ ଟିମ ଏବଂ ଡଗ୍ ସ୍କ୍ୱାର୍ଡ ମିଳିତ ଭାବେ ଘଟଣା ର ପ୍ରାରମ୍ଭିକ ତଦନ୍ତ କରିବା ସହିତ ଶବ ଉଦ୍ଧାର କରିଥିଲେ। ପ୍ରକାଶ ଥାଉକି ରଣପୁର ଥାନା ବଳଭଦ୍ର ପୁର ପଞ୍ଚାୟତ ଅନ୍ତର୍ଗତ ଲାଖପଡ଼ା ନିବାସୀ ଗଙ୍ଗାଧର ମହାପାତ୍ର ଙ୍କର ପୁତ୍ର ମୃତକ ମନୋରଞ୍ଜନ ମହାପାତ୍ର (୩୨) ଖୋର୍ଦ୍ଧା ଏସ୍ସି ସିଦ୍ଧାର୍ଥ କଟରିୟାଙ୍କ ସୂଚନା ମୁତାବକ ମୃତକ ମନୋରଞ୍ଜନ ଜଣେ ପେଷାଦାର ଅପରାଧୀ ଥିଲେ।ବିଭିନ୍ନ ଥାନା ରେ ତାଙ୍କର ନାମରେ ଡକାୟତି, ରାହାଜନୀ ,ଗଣ୍ଡଗୋଳ କରିବା ଭଳି ଏକାଧିକ ମାମଲା ରହିଛି ଏପରିକି ମୃତକ ନାମରେ ନୟାଗଡ଼ ଜିଲ୍ଲା ପୋଲିସ ପକ୍ଷରୁ ଦୁଇଟି ମୋଷ୍ଟ ୱାଣ୍ଟେଡ଼ ଅପରାଧୀ ତାଲିକାରେ ନାଁ ରହିଛି । ଏପରିକି ସ୍ଥାନୀୟ ଅଞ୍ଚଳରେ ମନୋରଞ୍ଜନ ର ପ୍ରବଳ ଶତ୍ରୁତା ରହିଥିବା ତାର ସ୍ତ୍ରୀ ପୁଲିସ କୁ ବୟାନ ଦେଇଛି ।

ଏପରିକି ସଦାବେଳେ ମଦ୍ୟପାନ କରି ନିଜର ସ୍ତ୍ରୀ ଲିଲି ଦାସ କୁ ପ୍ରବଳ ମାଡ଼ପିଟ କରେ।ଯାହା ଫଳରେ ଦିନକୁ ଦିନ ମନୋରଞ୍ଜନ ର ଅତ୍ୟାଚାର ଘରେ ସ୍ତ୍ରୀ କୁ ଯେମିତି ଦେଉଥିଲା।ବାହାରେ ମଧ୍ୟ ନିଜର କ୍ରାଇମ ରେକର୍ଡ କୁ ଆହୁରି ମଝଭୁତ କରି ଆସୁଥିଲା।ଯାହା ଫଳରେ ସ୍ତ୍ରୀ ଲିଲି ନିଜର ସ୍ୱାମୀ କୁ ନିଜ ଶାଶୁ ଘର ରଣପୁର ଥାନା ଅନ୍ତର୍ଗତ ଲାଖପଡ଼ା ରୁ ଆଣି ନିଜର ସମ୍ପର୍କୀୟ ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ୱର ଦାରୁଗାଁ ଗ୍ରାମର ମହିଆ ଦାସ ଙ୍କର ଘରେ ଏବେ ଏକ ମାସ ହେବ ରଖିଥିଲେ । କିନ୍ତୁ ପୁନର୍ବାର କୁଣିଆ ଘରେ ମୁଖ୍ୟ ଅଭିଯୁକ୍ତା ମାଷ୍ଟର ମାଇଣ୍ଡ ପତ୍ନୀ ଲିଲି ଙ୍କୁ ମୃତକ ମନୁଆ ମଦ୍ୟପାନ କରି ସଦାବେଳେ ମାରଧର କରୁଥିଲା ଯାହା ଫଳରେ ପତ୍ନୀ ଲିଲି ନିଜର ସ୍ୱାମୀ କୁ ସବୁଦିନ ପାଇଁ ରାସ୍ତା ରୁ ହଟେଇ ଦେବା ପାଇଁ ସୁଚିନ୍ତିତ ଯୋଜନା କରିଥିଲେ । ଯାହାଫଳରେ ଅଭିଯୁକ୍ତା ପତ୍ନୀ ଲିଲି ନିଜର ଜଣେ ସମ୍ପର୍କୀୟ ଭାଇ ଏବଂ ଆଉ ଜଣେ ମିଶି ନିଜ ସ୍ୱାମୀ କୁ ମାରିଦେଇଥିଲେ । ପ୍ରକାଶ ଥାଉକି ଚାନ୍ଦପୁର ବଜାର ରୁ ଏକ ଆଟାଚ କିଣି ଟାଙ୍ଗୀ ଥାନା ଅନ୍ତର୍ଗତ ଟାଙ୍ଗୀ ଗୋଡି ପାଟଣା ସାହି ର ବିକ୍ରମ ସାହୁ ଏବଂ ଚାନ୍ଦପୁର ଥାନା ରାଜ ଜଙ୍କିଆ ଗ୍ରାମର ସମ୍ପର୍କୀୟ ଭାଇ ମିଟୁ ଦାସ ଏହି ତିନିଜଣ ପୂର୍ବ ଯୋଜନା ମୁତାବକ ଏକ ଆଟାଚ କିଣି ଟାଙ୍ଗୀ ଥାନା ଅନ୍ତର୍ଗତ ଦାରୁଗାଁ ଗ୍ରାମର ମହିଆ ଦାସ ଙ୍କ ଘରେ ମୃତକ ମନୁଆକୁ ଦୁଇ ସହଯୋଗୀ ପ୍ରଚୁର ମଦ୍ୟପାନ କରାଇଥିଲେ ଯାହାଫଳରେ ମନୁଆ ପ୍ରବଳ ନିଶାଶକ୍ତ ହୋଇଥିବା ବେଳେ ତାର ଗଳା କୁ ଏକ ରଶୀ ସାହାଯ୍ୟରେ ଚିପି ସ୍ୱାସ ରୁଦ୍ଧ କରି ମାରିଦେଇଥିଲେ।

ପୂର୍ବ ଯୋଜନା ମୁତାବକ ମୁଖ୍ୟ ଖଳନାୟିକା ଲିଲି ଏବଂ ଦୁଇ ସହଯୋଗୀ ଆଣିଥିବା ଆଟାଚ ରେ ଭର୍ତ୍ତି କରି ସେଠାରୁ ଦଶ କିଲୋମିଟର ଦୂର ଜାତୀୟ ରାଜପଥ ୧୬ ନାଚୁଣି ଥାନା ଅନ୍ତର୍ଗତ ହରିପୁର ଜଙ୍ଗଲ ରାସ୍ତା ରେ ପକେଇଦେଇଥିଲେ । ଯାହାଫଳରେ ପୋଲିସ ଘଟଣା ର ଅନୁସନ୍ଧାନ କଲାବେଳେ ଖଳନାୟିକା ଲିଲି ନିଜର ସ୍ୱାମୀର ମୃତଦେହ କୁ ଚିହ୍ନଟ କରିଥିଲା କିନ୍ତୁ ପୋଲିସ ହତ୍ୟାକାଣ୍ଡର ମୁଖ୍ୟ ସୁରାକ ଆଟାଚ କୁ ନେଇ ଅନୁସନ୍ଧାନ କରିଥିଲା।ଯାହାଫଳରେ ବାଲୁଗାଁ ଏସ୍ଡିପିଓ ମାନସ ରଞ୍ଜନ ବାରିକ ନାଚୁଣୀ ଥାନାଧିକାରୀ ଚନ୍ଦ୍ର ଶେଖର ଜେନା,ଟାଙ୍ଗୀ ଥାନାଧିକାରୀ ଦିଗ୍ ବିଜୟ ବିଶ୍ୱାଳ ପ୍ରମୁଖ ଦୁଇଟି ଟିମ କରି ଆଟାଚ କିଣିଥିବା ଦୋକାନ ଏବଂ ଦୋକାନ ର ସିସିଟିଭି ରୁ ହତ୍ୟାକାରୀ ଚିହ୍ନଟ କରିଥିଲେ । ଯାହାଫଳରେ ମାତ୍ର ଦଶ ଘଂଟା ରେ ପ୍ରକୃତ ହତ୍ୟାକାରୀ କୁ ଧରିବା ସହିତ ହତ୍ୟାକାଣ୍ଡ ରେ ବ୍ୟବହୃତ ପଲସର ଗାଡ଼ି,ପ୍ଲାଷ୍ଟିକ ରଶୀ ଆଦି ଜବତ କରିଛି ପୁଲିସ। ସ୍ଥାନୀୟ ଅଞ୍ଚଳରେ ସମସ୍ତ ପୋଲିସ ଅଧିକାରୀ ଙ୍କୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ଜନସାଧାରଣ । ଏ ନେଇ ନାଚୁଣୀ ଥାନା ରେ ୧୧/୨୩ ରେ ହତ୍ୟା ମାମଲା ରୁଜୁ ହୋଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ଆଗାମୀ ଦିନରେ ଅନ୍ୟ କ୍ରାଇମ ରିପୋର୍ଟ ଉପରେ ମୃତକ ମନୁଆ ର ଅନ୍ୟ କିଛି ଲିଙ୍କ ରହିଛି କି କେବଳ ସ୍ତ୍ରୀ କୁ ମାରଧର ଯୋଗୁଁ ହତ୍ୟାକାଣ୍ଡ ତାହା ସମ୍ପୂର୍ଣ୍ଣ ତଦନ୍ତ ପରେ ଜଣାପଡିବ ବୋଲି ଖୋର୍ଦ୍ଧା ଏସ୍ପି ସିଧାର୍ଥ କଟରିୟା ନାଚୁଣୀ ଥାନା ରେ ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି।