ମୁଣ୍ଡିଗଡ଼ ଓ ବେଲଘର ପଞ୍ଚାୟତରେ ସିଆରପିଏଫ ତରଫରୁ ଜନ ସମ୍ପର୍କ ଶିବିର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ମୁଣ୍ଡିଗଡ଼ ଓ ବେଲଘର ପଞ୍ଚାୟତଠାରେ କେନ୍ଦ୍ରୀୟ ସୁରକ୍ଷା ବଳ ଏ/୧୨୭ ବାଟାଲିୟନ ତଥା ଇ/୧୨୭ ବଟାଲିୟନ ତରଫରୁ ଏକ ଜନ ସହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଆର୍ଥିକ ସହାୟତା ଯୋଜନା ତତ୍ତ୍ୱାବଧାନରେ ଏହି ଜନ ସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏ /୧୨୭ ବଟାଲିୟନ ତୁମୁଡିବନ୍ଧ ତଥା ଇ/୧୨୭ ବାଟାଲିୟନ ବେଲଘର ରେ ଆଣ୍ଟି ନକ୍ସଲ ଡିଉଟି ପାଇଁ ଥାନା ମାନଙ୍କ ଅଧୀନରେ ନିୟୋଜିତ ହୋଇଛି l ଉକ୍ତ ଦୁଇ ପଞ୍ଚାୟତର ଅଭାବୀ ଏବଂ ଗରିବ ପରିବାରର ଙ୍କୁ ସୋଲାର ଲ୍ୟାମ୍ପ ଏବଂ ୱାଟର ଫିଲଟର ବଣ୍ଟନ କରାଯିବା ପରେ ଭାରତର ସ୍ୱାଧୀନତା ଆନ୍ଦୋଳନ ସହ ଜଡିତ କ୍ଷୁଦ୍ର ଚଳଚ୍ଚିତ୍ର ଜନସାଧାରଙ୍କୁ ପ୍ରଦର୍ଶିତ କରାଯାଇଥିଲା l ଏଥିରେ ୧୨୭ ବାଟାଲିୟନର କମାଣ୍ଡେଣ୍ଟ ଆନନ୍ଦ ଝା, ଦ୍ୱିତୀୟ-ଇନ୍-କମାଣ୍ଡ (ଅପ୍ସ) ମାଉଲି ମୋହନ କୁମାର ଏବଂ ସିଆରପିଏଫର ଡ଼କ୍ଟର ରାହୁଲ, ଡେପୁଟି କମାଣ୍ଡାଣ୍ଟ ବିପିନ କୁମାର, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଧର୍ମେନ୍ଦ୍ର କୁମାର, ଓ.ସି.ଏ/୧୨୭ ସିଆରପିଏଫ ପ୍ରଦୀପ ଭି. କେ , ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ଇ /୧୨୭ ବାଟାଲିୟନର ସିଆରପିଏଫ ତଥା ମୁଣ୍ଡିଗଡ଼ ପଞ୍ଚାୟତ ସରପଞ୍ଚ ଜମିତା ମଲ୍ଲିକ, ବେଲଘର ପଞ୍ଚାୟତ ସରପଞ୍ଚ ଗୋବିନ୍ଦ ମାଝୀ ତଥା ମୁଣ୍ଡିଗଡ଼ ଓ ବେଲଘର ପଞ୍ଚାୟତର ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ମଧ୍ୟ ଉପସ୍ଥିତ ଥିଲେ l ଏହି ଯୋଜନା ଅଧୀନରେ ସମୁଦାୟ ୪୪ ଟି ପରିବାର ଉପକୃତ ହୋଇଥିଲେ l ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏହି କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ୧୨୭ ବାଟାଲିୟନର କମାଣ୍ଡେଣ୍ଟ ଆନନ୍ଦ ଝା ସୂଚନା ଦେଇଛନ୍ତି  ।