ଭୁବନେଶ୍ୱର: ବନ୍ଦ ହେବନି ୨୦ ରୁ କମ ସଂଖ୍ୟକ ଛାତ୍ର ଛାତ୍ରୀ ଥିବା ସ୍କୁଲ୍। ଗତ ବର୍ଷ ଯେଉଁ ସବୁ ସ୍କୁଲରେ ଆଡ଼ମିଶନ ହୋଇଥିଲା ସେସବୁ ସ୍କୁଲ୍ ରେ ଚଳିତ ବର୍ଷ ଆଡ଼ମିଶନ ହେବ। କରୋନା ପାଇଁ ସବୁ ସ୍କୁଲ୍ ରେ ଆଡ଼ମିଶନ ପାଇଁ ନିର୍ଦେଶ ଦିଆଯାଇଥିବା କହିଲେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଚଳିତ ବର୍ଷ ଠାରୁ ୨୦ ରୁ କମ୍ ଉପସ୍ଥାନ ଥିବା ସ୍କୁଲ୍ ଗୁଡ଼ିକୁ ବନ୍ଦ କରିବା ପାଇଁ ଯୋଜନା କରିଥିଲା ବିଭାଗ। ଆସନ୍ତା ସୋମବାର ଠାରୁ ଜୁଲାଇ ୧୫ ଯାଏ ଆଡ଼ମିଶନ ଚାଲିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।