ଭୁବନେଶ୍ୱର: ୧୧ ଜିଲ୍ଲାରେ ମାଟ୍ରିକ ମୂଲ୍ୟାୟନ ବନ୍ଦ ହେଲା। ସଟ ଡାଉନ୍ ପାଇଁ ବନ୍ଦ କରାଗଲା ମୂଲ୍ୟାୟନ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ମାଟ୍ରିକ ମୂଲ୍ୟାୟନ କୁ ନେଇ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଯାତାୟତରେ ଅସୁବିଧା କୁ ଦୃଷ୍ଟିରେ ରଖି ରାଜ୍ୟ ବିଦ୍ୟାଳୟ ଶିକ୍ଷକ ସଂଘ, ଓଷ୍ଟା ସଟ ଡାଉନ୍ ସମୟରେ ମୂଲ୍ୟାୟନ ବନ୍ଦ ରଖିବା ପାଇଁ ଦାବି କରିଥିଲା। ବର୍ତ୍ତମାନ ରାଜ୍ୟର ୬୦ ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ମୂଲ୍ୟାୟନ କରାଯାଉଛି।