ଢେଙ୍କାନାଳ,୦୬/୦୧(ଶୁଭମ ପାଣି) : ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ , ଭୁବନେଶ୍ଵର ଦ୍ବାରା ‘ ‘ ଛାତ ’ ’ ଯୋଜନା ଉପରେ ଆଧାରିତ ସଚେତନା ମୂଳକ ପଥପ୍ରାନ୍ତ ନାଟକ ‘ ଜଳ ହିଁ ଜୀବନ ’ ଅଦ୍ୟ ଢେଙ୍କାନାଳ ସହରସ୍ଥିତ ରଥଗଡା ଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ନାଟକ ଢେଙ୍କାନାଳ ପୂର୍ତ ବିଭାଗ ଉପଖଣ୍ଡ ଆନୁକୂଲ୍ୟରେ ଓ ଭୂତତ୍ବବିତ୍ ଦୋଳଗୋବିନ୍ଦ ସାହୁଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା । ଯୋଜନାର ବୈଶିଷ୍ଟ୍ୟତା ହେଲା ଛାତ ଉପର ବର୍ଷା ଜଳ ଓ ଅମଳ ଓ ଭୂତଳ ଜଳ ପୁନଃକରଣ କରିବା ପାଇଁ ଉଦ୍ଦିଷ୍ଟ , ୩ ମହଲା ପର୍ଯ୍ୟନ୍ତ ଘରୋଇ କୋଠାଘର ମାଲିକ ଏହି ଯୋଜନାରେ ସାମିଲ୍ ହୋଇପାରିବେ , ଛାତର କ୍ଷେତ୍ରଫଳ ସର୍ବନିମ୍ନ ୫୦୦ ବର୍ଗଫୁଟ ଏବଂ ସର୍ବାଧିକ ୨୧୫୦ ବର୍ଗଫୁଟ ହୋଇଥ , ଇଛୁକ କୋଠାଘର ମାଲିକ www.echhata.odisha.gov. in ୱେବ୍ସାଇଟ୍ ରେ ଆବେଦନ କରିପାରିବେ । ଏହି ଯୋଜନାରେ ଖର୍ଚ୍ଚ କରିଥିବା ରାଶିର ଶତକଡା ୫୦ ଭାଗ ଅଥବା ସର୍ବାଧିକ ୫୫୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ରାଶି ନିଜ ବ୍ୟାଙ୍କ ଆକାଉଁଟ୍ରେ ସିଧାସଳଖ ପାଇପାରିବେ । ଅଧିକ ବିବରଣୀ ପାଇଁ ନିକଟସ୍ଥ ଭୂତଳ ଜଳ ଉନ୍ନୟନ କାର୍ଯ୍ୟାଳୟରେ ଯୋଗାଯୋଗ କରିବାକୁ ସଂସ୍ଥା ପକ୍ଷରୁ ଅନୁରୋଧ କରିଛନ୍ତି । ନିର୍ଦ୍ଦେଶକ ରଞ୍ଜନ ରାଉତଙ୍କ ପରିଚାଳନାରେ ଏହି ନାଟକରେ ନିନିତା ସାହୁ , ସସ୍ମିତା ସାହୁ , ଚନ୍ଦନ ମହାପାତ୍ର , ବିକାଶ ରାଉତ , ଗୌରାଙ୍ଗ ଦାସ , ଲିପି ରାଉତ ଅଭିନୟ କରି ଲୋକମାନଙ୍କୁ ଜଳ ସଂପଦ ଉପରେ ସଚେତନତା କରାଇଥିଲେ ।