ପୁରୀ : କରୋନା ମହାମାରୀ ପାଇଁ ଜୁନ ମାସ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟ ସରକାର ପୂର୍ବରୁ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଜୁନ ମାସ ୩୦ ତାରିଖ ପର୍ଯ୍ୟନ୍ତ ୧୧ ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ଶଟ୍ଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହା ମଧ୍ୟରେ ପୁରୀ ସହର ରହିଛି। କିନ୍ତୁ ଶନିବାର ପୁରୀ ସହର ପାଇଁ ଶଟ୍ଡାଉନ ଲାଗୁ ହେବ ନାହିଁ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସ୍ନାନଯାତ୍ରା ପାଇଁ ଶୁକ୍ରବାର ବଡ଼ଦାଣ୍ଡର ମାର୍କେଟ ଛକଠାରୁ କାକୁଡିଖାଇ ଛକ ଏବଂ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା। ଏହି କାରଣ ପାଇଁ ୬ତାରିଖ ଅଦି ଅର୍ଥାତ୍ ଶନିବାର କେବଳ ପୁରୀ ସହରରେ ଲକ୍ଡାଉନ୍ ଲାଗି ହେବ ନାହିଁ। କିନ୍ତୁ ଗ୍ରାମାଞ୍ଚଳରେ ଶଟ୍ଡାଉନ୍ ଆଦେଶ ପ୍ରକାରେ ଶନିବାର ଓ ରବିବାରରେ ଲାଗୁ ହେବ। ପୁରୀ ପୌରାଞ୍ଚଳ ମଧ୍ୟରେ ଥିବା ସମସ୍ତ ଥାନା ଅଧିକାରୀଙ୍କୁ ଶନିବାର ଶଟ୍ଡାଉନ୍ ଲାଗୁ ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।