ଢେଙ୍କାନାଳ,ତା.୨୫.୧୨(ଶୁଭମ ପାଣି): ଗତ ୨୩ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ବାପ୍ଟିଷ୍ଟ ଚର୍ଚ୍ଚରେ ଅତି ଆନନ୍ଦର ସହିତ ବଡଦିନ ପାଳନ କରୁଅଛି । ଏହି ବଡଦିନ ଅର୍ଥାତ୍ ୨୫ ତାରିଖରେ ଚର୍ଚ୍ଚର ଅତି ଅନନ୍ଦରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପୂଜାର୍ଚ୍ଚନା କରିବା ନିମନ୍ତେ ଖ୍ରୀଷ୍ଟିୟାନ୍ ଭାଇଭଉଣୀମାନେ ଏକତ୍ରିତ ହୋଇଥିଲେ । ଏହି ବଡଦିନ ପ୍ରଭୁ ଯୀଶୁଙ୍କ ଜନ୍ମଦିନ ଉତ୍ସବରେ ଅନେକ ନାଚଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ଏବଂ ଏହି କାର୍ଯ୍ୟକ୍ରମକୁ ପରିଚଳନା କରିଥିଲେ ଉପସଭାପତି ଅମରେନ୍ଦ୍ର ନାୟକ ଏବଂ ପ୍ରଭୁ ଯୀଶୁଙ୍କର ବାର୍ତା ପ୍ରଚାର କରିଥିଲେ । ତାଙ୍କର ବଡଦିନର ସମ୍ବାଦ ଥିଲା କିପରି ପ୍ରଭୁ ଯୀଶୁ ପାପିମାନଙ୍କୁ ଉଦ୍ଧାର କରିବା ନିମନ୍ତେ ମନୁଷ୍ୟମାନଙ୍କୁ ବା ଅନ୍ଧକାରରୁ ଆଲୋକ ମଧ୍ୟକୁ ଆଣିବା ପାଇଁ ସେ ଜ୍ୟୋତି ହୋଇ ଜଗତକୁ ଆସିଥିଲେ । ବରଗଡରୁ ଆଚାର୍ଯ୍ୟ ମହିପାଲ୍ ବାଗ୍ ଏହି କାର୍ଯ୍ୟକ୍ରମରେ ଚର୍ଚ୍ଚର କର୍ମକର୍ତାମାନେ ସ ହାଯ୍ୟ କରିଥିଲେ । ସେମାନେ ହେଲେ ସଭାପତି ପ୍ରେମାନନ୍ଦ ବିହାରୀ , ଉପସଭାପତି ଅମରେନ୍ଦ୍ର ନାୟକ , ସାଧାରଣ ସଂପାଦକ ରବିନ୍ ଚନ୍ଦ୍ର ନାୟକ , ଯୁଗ୍ମ ସଂପାଦକ ଅଭୟାନନ୍ଦ ବିହାରୀ , ସହ – ସଂପାଦକ ଦେବାଶିଷ ବିହାରୀ , ସହ – କୋଷାଧ୍ୟକ୍ଷ ଦାନିଏଲ୍ ଘୋଷ ପ୍ରମୁଖ ଯେଗଦେଇ ସହଯୋଗ କରିଥିଲେ ।