ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ ସ୍ଥିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟର ପ୍ରଥମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ରାଇକିଆ ସରପଞ୍ଚ ଅକ୍ଷୟ କୁମାର ପ୍ରଧାନ ଯୋଗ ଦେଇ ଆନୁଷ୍ଠାନିକ ଭାବେ କ୍ରୀଡା ମଶାଲ କୁ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ l ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀମତି ସରସ୍ଵତୀ ପ୍ରଧାନ, ବାଲିଗୁଡାର ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଜଗତ ଜୀବନ ବଗର୍ତ୍ତୀ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ଉକ୍ତ କ୍ରୀଡା ପ୍ରତିଯୋଗିତା ରେ ୨୮୨ ଜଣ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୨୦୦ ଜଣ ଛାତ୍ର ଛାତ୍ରୀ ଭାଗ ନେଇ ବିଭିନ୍ନ ବର୍ଗରେ ଯଥା ୧୦୦ ମି.,୨୦୦ ମି ଦୌଡ଼ , ସଟପୁଟ, ଡିସ୍କସ, ହାଇଜମ୍ପ, ଲଙ୍ଗଜମ୍ପ , ସ୍ପୁନରେସ, ଆଦି କ୍ରୀଡାରେ ଭାଗ ନେଇଥିଲେ । ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ମଧୁକର ପ୍ରଧାନ, ଦିବ୍ୟପ୍ରକାଶ ସାହୁ, ନରେଶ କହଁର ,ଡେଜ଼ଲିନ ପ୍ରଧାନ, ଲିପିନା ସ୍ବାଇଁ, ଅଲେଖ ପ୍ରଧାନ ତଥା ଅଧକ୍ଷ ଜଗଦିଶ ମହାକୁଡ ପ୍ରମୁଖ କର୍ମଚାରୀ ଉପସ୍ଥିତ ରହି କ୍ରୀଡା ଉତ୍ସବଟିକୁ ସୂଚାରୁ ରୁପେ ସଂପାଦନ କରିଥିଲେ l ଏହି ବିଦ୍ୟାଳୟ ରେ କ୍ରୀଡା ଶିକ୍ଷକ ନଥିବାରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଜଗନ୍ନାଥ ବେହେରା ଙ୍କ ଜରିଆରେ କ୍ରୀଡା ଉତ୍ସବ ଟି ଆୟୋଜନ କରାଯାଇଥିଲା l ଏଣୁ ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଉକ୍ତ ବିଦ୍ୟାଳୟରେ କ୍ରୀଡା ଶିକ୍ଷକ ପଦବୀ ପୂରଣ କରିବା ପାଇଁ ଅଭିଭାବକ ମହଲରେ ମତ ପ୍ରକାଶ ପାଇଥିଲା ।