ଢେଙ୍କାନାଳ , ୨୦।୧୨ : ଅଦ୍ୟ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ , ଢେଙ୍କାନାଳରେ ଅଭିଭାବକ – ଶିକ୍ଷକ ବୈଠକ – ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ପ୍ରଗତି ତଥା ବିଦ୍ୟାଳୟର ବିଭିନ୍ନ ବ୍ୟବସ୍ଥା ବିଷୟରେ ସଫଳ ଆଲୋଚନା ହୋଇଥିଲା । ଅଭିଭାବକମାନେ ନିଜ ନିଜ ଶିଶୁଙ୍କର ଶୈକ୍ଷିକ ପ୍ରଗତି ନିମନ୍ତେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ବୈଠକଟି ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ପ୍ରଶାନ୍ତ କୁମାର ସାହୁ ସୁଲୋଚନା ଭୂତିଆ , କନ୍ୟାକୁମାରୀ ଭୂତିଆ , ସୌଦାମିନୀ ଦେହୁରୀ , ଉର୍ମିଳା କର , ମାମାଲି ମିଶ୍ର ଓ ଉପାସନା ନାଥଶର୍ମା ଉପସ୍ଥିତ ଥିଲେ । ଶିଶୁଙ୍କର ଶୈକ୍ଷିକ ଉନ୍ନତି ନିମନ୍ତେ ଉଭୟ ଶିକ୍ଷକ ଓ ଅଭିଭାବକ ପରସ୍ପର ସହଯୋଗ ସହକାରେ କାର୍ଯ୍ୟ କରିବାକୁ ପ୍ରଧାନ ଶିକ୍ଷୟିତ୍ରୀ ମହୋଦୟ ଗୁରୁତ୍ବ ଆରୋପ କରିଥିଲେ । ପାଠପଢା ବ୍ୟତୀତ ଶିଶୁଙ୍କର ଖେଳ , ପ୍ରତିଯୋଗିତାରେ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ମୋଟୋ କାର୍ଯ୍ୟକାରୀ ହେବା ଗୁରୁତ୍ବାରୋପ କରିଥିଲେ । ସଭାଶେଷରେ ବିଦ୍ୟାଜ୍ୟର ଶିକ୍ଷୟିତ୍ରୀ କନ୍ୟାକୁମାରୀ ଭୂତିଆ ଧନ୍ୟବାଦ ଅର୍ପଣ ଉପରେ ପ୍ରଧାନ ଶିକ୍ଷୟିତ୍ରୀ କରିଥିଲେ । ଶେଷରେ ସଭାସାଙ୍ଗ କରାଯାଇଥିଲା ।