ଢେଙ୍କାନାଳ -(ଶୁଭମ ପାଣି) ଅଦ୍ୟ ତା.୦୪ / ୧୨ / ୨୦୨୨ ରିଖ ଦିବା ୧୧ ଘଟିକା ସମୟରେ ଓଡିଶା ପାଇପ୍ ଜଳ କର୍ମଚାରୀ ସଂଘର ଆସନ୍ତ ତା – ୦୯ / ୧୨ / ୨୦୨୨ରିଖ ପି.ଏମ୍.ଜି. ଛକ ଠାରେ ଧରଣା ଦେବାପାଇଁ ଢେଙ୍କାନାଳସ୍ଥ ଜିବନ କ୍ଲବ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ଉପସଭାପତି ଶ୍ରୀ ସାରଙ୍ଗ ଧର ବେହେରା , ଖଣ୍ଡ ସମ୍ପାଦକ ଶ୍ରୀ ବାସୁଦେବ ପୁହାଣ ଓ ଉପ – ଖଣ୍ଡ ସମ୍ପାଦକ ଶ୍ରୀ ପ୍ରଭାକର ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ବୈଠକ କରାଯାଇ ଅସ୍ଥାଇ କର୍ମଚାରୀମାନଙ୍କୁ ସ୍ଥାଇ ନିଯୁକ୍ତି ନିମନ୍ତେ ତା – ୦୯ / ୧୨ / ୨୦୨୨ ରିଖ ଦିନ ଭୁବନେଶ୍ବରର ପି.ଏମ୍.ଜି. ଛକ ଠାରେ ଗଣଧରଣା ଏବଂ ମୁଖ୍ୟ ମନ୍ତ୍ରୀଙ୍କ ବାସଭବନ ଘେରଉ କରିବାପାଇଁ ପ୍ରସ୍ତାବ , ଗ୍ରହଣ କରାଗଲା । ଯଦି ଏହାର କୌଣସି ସମାଧାନର ବାଟ ବାହାର ନକରନ୍ତି ଆଗାମି ଦିନରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ଚେତାବନି ଦିଆଯାଇଅଛି । ଏହି ବୈଠକରେ ସୁନିଲ କୁମାର ବେହେରା , ଶେଶ ବେହେରା , ନକୁଳ ରଣା , ଉତ୍କଳ ଦାସ ଓ ସୁରେଷ ରଣା , ସିଧାର୍ଥ ନାୟକ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।