ଟେନସା,୦୨/୧୨(ଆଶିଷ ବିଶ୍ଵାଳ) : 100 କିମି ରାସ୍ତାର ମନିଅଡର ପହଞ୍ଚିବା ପାଇଁ ଭାରତୀୟ ପୋଷ୍ଟାଲ ବିଭାଗ କୁ ଲାଗି ଗଲା ସାଢେ ଚାରି ବର୍ଷ। ଭଉଣୀ ସୁମିତ୍ରା ବିଶ୍ବାଳ ଙ୍କ ପାଖକୁ ସାବିତ୍ରୀ ପାଇଁ ମନିଅଡର ଯୋଗେ ରାଉରକେଲାରେ ରହୁଥିବା ପ୍ରମୋଦ ପ୍ରଧାନ 2018 ମସିହା ମେ 9 ତାରିଖ ସେକ୍ଟର 19 ପୋଷ୍ଟ ଅଫିସରୁ ମନିଅଡର ଯୋଗେ ପଠାଇ ଥିଲେ 500ଟଙ୍କା । ଭଉଣୀ ସୁମିତ୍ରା ରୁହନ୍ତି ସୁନ୍ଦରଗଡ ଜିଲ୍ଲା ବଣେଇ ସବଡିଭିଜନ ର ଟେନ୍ସା ରେ । 500 ଟଙ୍କା ପହଞ୍ଚିବାକୁ ଲାଗି ଗଲା ସାଢେ ଚାରି ବର୍ଷ । ଚାରିଦିନ ତଳେ ଅର୍ଥାତ ଗତ 26 ତାରିଖ ରେ ହଠାତ ଭଉଣୀ ସୁମିତ୍ରା ରହୁଥିବା ଟେନ୍ସା ନିକଟରେ ପହଞ୍ଚିଲା ମନିଅଡର। ହଠାତ ବିଶ୍ବାସ କରି ପାରିଲେ ନାହିଁ ସୁମିତ୍ରା ବିଶ୍ବାଳ। କାହିଁକି ଲାଗିଲା 100 କିମି ରାସ୍ତାକୁ ସାଢେ ଚାରି ବର୍ଷ। ଯଦି କୌଣସି ନିଯୁକ୍ତି ପତ୍ର କାହା ପାଖରେ ପହଞ୍ଚିବା ପାଇଁ ଲାଗିଥାନ୍ତା ଏତେ ବର୍ଷ ତାହା ହେଲେ ତାଙ୍କ ଭବିଷ୍ୟତ ଅନ୍ଧାର ହୋଇ ନ ଥାନ୍ତା କି ? ଭାରତୀୟ ପୋଷ୍ଟାଲ ପ୍ରତି ଉଠିଛି ଏମିତି ଅନେକ ପ୍ରଶ୍ନ । କିଏ ଓ କାହିଁକି କଲା ବିଳମ୍ବ। ଅଧିକାରୀ ନା କର୍ମଚାରୀ ଅର୍ଥ କରିଥିଲେ କି ଆତ୍ମସାତ? ଧରା ପଡିଯିବା ଭୟରେ ଅର୍ଥ ଦିଆଯାଇ ନାହିଁ ତ ? ଏହି ଘଟଣା ଗୋଟିଏ ନା ଏଭଳି ରହିଛି ଅନେକ ଘଟଣା ।ଯେଉଁ ବିଭାଗ ଉପରେ ସାଧାରଣ ଲୋକେ ବିଶ୍ୱାସ କରୁଛନ୍ତି ସେ ବିଭାଗ ଉପରେ ଲାଗିଛି ଅବିଶ୍ବାସ ର ଟିକା । ଏହି ଘଟଣା ପରେ ଡାକ ବିଭାଗ ସଚେତନ ହେବା ରହିଛି ଆବଶ୍ୟକ ।