ରାୟଗଡ ତା. ୨୩/୧୧(ପ୍ରଫୁଲ୍ଲ କୁମାର ବେହେରା) :ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଯୁବ ରେଡ୍କ୍ରସ୍ ତା. ୨୩.୧୧.୨୦୨୨ ରିଖରେ ଉଦ୍ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ତିନି ଦିନ ଧରି ୧୩୦ ଜଣ ସ୍ୱେଚ୍ଛାସେବୀଙ୍କୁ ତାଲିମ୍ ପ୍ରଦାନ କରାଯାଇଥିଲା । ଏହି ଉଦ୍ଯାପନ ଶିବିରରେ ଜିଲ୍ଲାପାଳ ମହୋଦୟା ସ୍ୱଧା ଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସ୍ୱେଚ୍ଛେସେବୀ ମାନଙ୍କୁ କେବଳ ଦୁର୍ଘଟଣା ସମୟରେ ନୁହେଁ, ସ୍ୱେଚ୍ଛାସେବୀ ଏହାକୁ ନିଜର ଜୀବନର ବ୍ରତ ଭାବେ ଗ୍ରହଣ କରି ସମାଜରେ ସେବା କରିବାକୁ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଅଧ୍ୟକ୍ଷା ଭି.ଆର୍. ରତ୍ନଶ୍ରୀ ଯୋଗଦେଇ ଶିକ୍ଷାର୍ଥୀମାନଙ୍କୁ ୟୁଥ୍ ରେଡ୍କ୍ରସ୍ର ଲକ୍ଷ୍ୟ ହାସଲ ନିମନ୍ତେ ଗ୍ରାମାଞ୍ଚଳରେ ସେବା ବ୍ରତୀ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟ ସମ୍ମାନିତ ଅତିଥି ଭାବେ ବରିଷ୍ଠ ପ୍ରାଧ୍ୟାପକ ଡଃ. ପ୍ରସନ୍ନ କୁମାର ଗନ୍ତାୟତ ଶିକ୍ଷାର୍ଥୀ ଓ ଶିକ୍ଷାର୍ଥିନୀ ମାନଙ୍କୁ ଯୁବ ରେଡ୍କ୍ରସର ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଅଧ୍ୟାପକ ପ୍ରଶାନ୍ତ କୁମାର ପଠା, ଜିଲ୍ଲା ସଂଯୋଜକ ଶିକ୍ଷାର୍ଥୀ ମାନଙ୍କୁ ସଠିକ୍ ସମୟରେ ମାନବସେବା ଜାରି ରଖିବାକୁ ଆହ୍ୱାନ ଦେଇଥିଲେ । ପରିଶେଷରେ ଯୁବ ରେଡ୍କ୍ରସର ସଂମ୍ପାଦକ ଓ ଆବାହକ ଶ୍ରୀନିବା ଆଚାରୀ ଧନ୍ୟବାଦ ଅର୍ପଣ ପୂର୍ବକ ଶିବିଥାର୍ଥୀମାନଙ୍କର ଶିକ୍ଷଣ ପ୍ରକ୍ରିୟାକୁ ନିଜ ଜୀବନ ଉପାଦୟ ଭାବେ ଗ୍ରହଣ କରି ସମାଜର ସେବା ଜାରି ରଖିବାକୁ ପ୍ରେରଣା ଦେଇଥିଲେ ।