କୋଇଡା,(ଆଶିଷ ବିଶ୍ଵାଳ): କୋଇଡା ବ୍ଲକ ଅନ୍ତର୍ଗତ ବଲ୍ଡିହି ଗ୍ରାମ ରେ ରାଗା ଟ୍ରେଡକନ୍ ପ୍ରାଇଭେଟ୍ ଲିମିଟେଡ ତରଫରୁ ପରିବେଶ ସମ୍ବନ୍ଧୀୟ ଜନଶୁଣାଣୀ । କୋଇଡା ତହସିଲ ଅନ୍ତର୍ଗତ ବାଲ୍ଡିହି ଏବଂ ସାଣୁଆ ଗ୍ରାମରେ ୭୪.୩୭୦ ହେକ୍ଟର ପରିମିତ ଅଞ୍ଚଳରେ ସ୍ଥିତ ନେତ୍ରବନ୍ଧ ପାହାଡ଼ (ପଶ୍ଚିମ) ଲୌହପଥର ବ୍ଲକର ବାର୍ଷିକ ୧ ମିଲିୟନ ଟନ୍ ଲୌହପଥର ଉତ୍ପାଦନ ସହିତ ଘଣ୍ଟାପ୍ରତି ୭୫୦ ଟନ୍ କ୍ରସିଂ ଏବଂ ଘଣ୍ଟପ୍ରତି ୬୦୦ ଟନ୍ ସ୍କ୍ରିନିଂ ପ୍ରକଳ୍ପ ସ୍ଥାପନ ନିମନ୍ତେ ଆବଶ୍ୟକ ପଡ଼ୁଥିବା ପରିବେଶ ସମ୍ବନ୍ଧୀୟ ଜନଶୁଣାଣୀ । ନୂତନ ଖଣି ଖୋଲିବା ପରେ କିପରି ପରିବେଶ ଦୂଷିତ ନହେବ ଏନେଇ ଗ୍ରାମବାସୀ ନିଜ ନିଜ ମତ ରଖିଥିଲେ । କିପରି ନୂତନ ଗଛ ରୋପଣ, ରାସ୍ତାରେ ଧୂଳି ନଉଡ଼ିବା ପାଇଁ ନିୟମିତ ଭାବେ ପାଣି ପକାଇବା ଏବଂ ଗ୍ରାମର ପାର୍ଶ୍ଵରେ ଏକ ପ୍ରାକୃତିକ ନାଳ ବୋହୁଛି ସେହି ନାଳଟିକୁ ନିୟମିତ ଭାବେ ସଫା ରଖିବା ପାଇଁ ନିୟମିତ ଭାବେ ପଦକ୍ଷେପ ନିଆଯାଉ ବୋଲି ଗ୍ରାମବାସୀ ମତ ରଖିଥିଲେ । ତା ସହିତ ନୂତନ ଖଣି ଖୋଲିଲେ କିପରି ସ୍ଥାନୀୟ ଯୁବକ ମାନଙ୍କୁ ରୋଜଗାର ମିଳିବା ସହିତ ଗ୍ରାମକୁ ପାଇପ୍ ସାହାଯ୍ୟରେ ପାଣି ଯୋଗାଇଦେବେ ଏନେଇ ଗ୍ରାମବାସୀ ମତ ରଖିଥିଲେ । ସର୍ବମୋଟ ୩୫ ଜଣ ମତ ରଖିଥିଲେ ଏବଂ ସମସ୍ତେ ନୂତନ ଖଣି ଖୋଲା ହେଉ ବୋଲି ମତ ସବସ୍ତ୍ୟ କରିଥିଲେ । ଏହି ଜନ ଶୁଣାଣ ରେ ବଣାଇ ର ଅତିରିକ୍ତ ଜିଲ୍ଲାପଳ ସୁରଞ୍ଜନ କୁମାର ସାହୁ, କୋଇଡା (ଖ) ର ଜିଲ୍ଲା ପରିଷଦ ଅଶୋକ କୁମାର ନାଏକ ଓ ବଣାଇ ର ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ ଓ କୋଇଡା ପୋଲିସ ପ୍ରଶାସନ ଉପସ୍ତିତ ରହି ଗ୍ରାମସଭାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।