ରାୟଗଡ଼ା,(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ନକଟିଗୁଡା ପଞ୍ଚାୟତ ଫଟାଗାଡ ଗ୍ରାମ ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରତ୍ୟେକ ଦିନ ବିଦ୍ୟାଳୟ ରେ ଶିକ୍ଷକ ମାନେ ଦିନ ଗୋଟାଏ ରେ ତାଲା ଦେଇ ଚାଲିଯାଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ଏହା ପରେ ଗତ କାଲି ସେହି ବିଦ୍ୟାଳୟ କୁ ଯାଇ ପହଞ୍ଚି ଦେଖି ଥିଲୁ ବିଦ୍ୟାଳୟ ରେ ତାଲା ଝୁଲୁଛି ଏହା ପରେସେହି ଗ୍ରାମର ଗ୍ରାମବାସୀମାନଙ୍କ ଠାରୁ ବୁଝିଥିଲୁ. ପୁଣିଥରେ ସେହି ବିଦ୍ୟାଳୟ କୁ ଆଜି ଦେଖିବାକୁ ଯାଇଥିଲୁ ଓ ସେଠାକାର ପ୍ରଧାନ ଶିକ୍ଷକ କୁ ପଚାରି ବୁଝିଥିଲୁ ସେ କହିଛନ୍ତି ବ୍ୟାଙ୍କ କିଛି କାମ ଥିଲା । ଯାହା ଫଳରେ ସେହି ଅନ୍ୟ ଶିକ୍ଷାକ କୁ ପଚାରିବାରୁ ତାଙ୍କ ଦେହ ଖରାପ ହେତୁ ସେ ମଧ୍ୟ ଘରକୁ ଚାଲିଯାଉଛନ୍ତି ।
ଆଉ ଗୋଟିଏ ଶିକ୍ଷକ ସେ ଛୁଟି ନେଇଛନ୍ତି ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି। ବିଦ୍ୟାଳୟ ରେ ତିନି ଜଣ ଶିକ୍ଷକ ନିଯୁକ୍ତି ଦିଆଯାଇଛି । ସେହିଁ ବିଦ୍ୟାଳୟ ପିଲାମାନେ ପଢନ୍ତି 35ରୁ 40ପିଲା ପଢୁଛନ୍ତି। ତାହା ପୁଣି ବିଦ୍ୟାଳୟ ଗୋଟିଏ ଶ୍ରେଣୀ ଗୃହରେ । ଏହା ସହ ଠିକ୍ ଠାକ୍ ଭାବରେ ରନ୍ଧାବଢ଼ା କରି ଖାଇବା ପାଇଁ ମଧ୍ୟ ଦିଆ ଯାଉନାହିଁ । ବୋଲି ସେହି ବିଦ୍ୟା ଜଣେ ଛାତ୍ରୀ ମଧ୍ୟ କହିଛନ୍ତି। ତାହା ସହ ସେହି ଗ୍ରାମ ର ଗ୍ରାମବାସୀ କହିଛନ୍ତି ଯେ ସାରା ଦେଶରେ ବିଦ୍ୟାଳୟ ଗୁଡିକ ରେ 5ଟି କାର୍ଯ୍ୟ ହେଉଥିବା ବେଳେ କିନ୍ତୁ ଏହି ଫଟାଗାଡ ଗ୍ରାମ ର ବିଦ୍ୟାଳୟ ସରକାର ଙ୍କ 5ଟି କାର୍ଯ୍ୟ ରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ହେଲେ ଦେଖିବାକୁ ବାକି ରହିଲା ସରକାର ଙ୍କ ନଜର କେବେ ଏହି ବିଦ୍ୟାଳୟ ଉପରେ ନଜର ପଡିବ ।