କାଶୀପୁର/ରାୟଗଡ-୧୫/୧୦(ପ୍ରଫୁଲ୍ଲ କୁମାର ବେହେରା) :ରାୟଗଡା କାଶୀପୁର ବ୍ଲକ AIKMS ଓ ଚାଷୀ ଏକତ ପରିଷଦ ମିଳିତ ଆନୁକୂଲ୍ୟରେ ଉତ୍କଳ ଆଲୁମିନା କମ୍ପାନୀ ଦ୍ୱାରା ବିସ୍ଥାପିତ ଅଞ୍ଚଳ ର ପରିବାର, ଜମିହୀନ, ଘରହୀନ ଓ କମ୍ପାନୀ ଦ୍ୱାରା ଜମିହରାଇ ଥିବା ଚୋହ (6)ଗଟି ଗ୍ରାମ ପଞ୍ଚାୟତ 1.କାଡିପାରି, 2.ମାଇକଞ୍ଚ, 3.ଚନ୍ଦ୍ରଗିରି, 4.ମଣ୍ଡିବିଶି, 5.ଖୁରୀଗାଁ, 6.ଡ଼ଙ୍ଗାସିଲ,ବିଭିନ୍ନ ମୌଳିକ ସମସ୍ୟା ନେଇ ରାୟଗଡା ଜ଼ିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି, ଏହି ଅଞ୍ଚଳ ବାସୀଙ୍କ କହିବା ଅନୁଯାଇ, କମ୍ପାନୀ ସବୁ ପ୍ରକାର ମୌଳିକ ସୁଭିଧା ଯୋଗେଇ ଦେବ, ଶିକ୍ଷିତ ଯୁବକ ମାନଙ୍କୁ ନିଯୁକ୍ତି ଦେବା ଓ ଅଞ୍ଚଳ ବାସୀଙ୍କୁ ରାଜଗାର ଯୋଗେଇବା କହି ଆମ ଜମି ନେଲା କିନ୍ତୁ ପରିଶେଷରେ କୌଣସି ଭି ସୁବିଧା ମିଳିପାରୁନାହିଁ, ଏହିପରି ଅଭାବନୀୟ ଘଟଣା ଆଜି ରାୟଗଡା ଜ଼ିଲ୍ଲା ରେ ଦେଖିବାକୁ ମିଳିଛି, କମ୍ପାନୀ ର ଅଣଦେଖାକୁ ଅଞ୍ଚଳ ବାସି ବିରୋଧ କରିଛନ୍ତି, ତତ୍ୱ ସଙ୍ଗେ ରାୟଗଡା ବ୍ଲକ, ବାଇସିଂ ପଞ୍ଚାୟତ ମାରୀଗୁଡା ଗ୍ରାମର ଗ୍ରାମବାସୀ ଚାଷୀ ଏକତା ପରିଷଦ ଜ଼ିଲ୍ଲା ସଭାପତି ଶ୍ରୀ ପ୍ରତାପ ପୁଆଲା ଙ୍କୁ ଭେଟି ସେହି ଗ୍ରାମ ଦେଇ ପ୍ରବାହିତ ହେଉଥିବା ନଗାବଳି ନଦୀ କୁଳ ଖାଉଥିବା କହିଥିଲେ, ଏଥିରେ ପୁଆଲା ନିଜେ ଉପସ୍ଥିତ ରହି ଏହି ବିଷୟରେ ଜ଼ିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ଗ୍ରାମ ବାସୀଙ୍କ ଦାବି ଯଥାଶୀଘ୍ର ସମସ୍ୟାର ସମଧାନ କରାନ ଗଲେ ମାରୀଗୁଡା ଗ୍ରାମ ବାସି ଘର ହୀନ ଓ ଜମି ହୀନ ହୋଇଯିବେ, ଏହି ଦାବିପତ୍ର ପ୍ରଦାନ ବେଳେ ଚାଷୀ ଏକତା ପରିଷଦ ଜ଼ିଲ୍ଲା ସଭାପତି ପ୍ରତାପ ପୁଆଲା, କାର୍ଯ୍ୟକାରୀ ସଭାପତି ପଦ୍ମନାବ ଚୌଧୁରୀ, ସଂଗଠନିକ ସମ୍ପାଦକ ପ୍ରିତମ କୁମାର, ଶଙ୍କର ନାଇଡୁ,କୃଷ୍ଣ ନାୟିକ,ବାଳରାମ ନାୟିକ, ଅର୍ଣ୍ଣ ମାଝୀ, ଦମ୍ବୁରଧାର ମାଝୀ ଙ୍କ ସମେତ ଶତାଦିକ ଚାଷୀ ଉପସ୍ଥିତ ଥିଲେ