ମୁନିଗୁଡା/ରାୟଗଡ଼ା-୧୫/୦୯(ପ୍ରଫୁଲ୍ଲ କୁମାର ବେହେରା): ସବୁଵେଳେ ପୋଲିସ୍ କୁ ଚକମାଦେଖାଇ ଖସିଯିବାକୁ ଗଞ୍ଜେଇ ଵେପାରୀ ତାଙ୍କ ପ୍ରୟାସ ଜାରିରଖିଛନ୍ତି।ହେଲେ ଗଞ୍ଜେଇ ଵେପାରୀଙ୍କର ବିଭିନ୍ନ ଭଙ୍ଗି ଉପାୟରେ ଚାଲାଣକୁ ଧରିବାରେ ରାୟଗଡାଜିଲ୍ଲା ମୁନିଗୁଡା ଏସଡିପିଓ ଶ୍ରୀଆକାଶ ଚନ୍ଦ୍ର ସାହୁଙ୍କ ଯାଦୁଵିଦ୍ୟା ନିକଟରେ ଵେପାରୀଙ୍କର ସଵୁ ଉପାୟ ଅକାମି ହୋଇ ଶେଷରେ ପୋଲିସ୍ ଜାଲରେ ଫସି ଅନ୍ଧାର କୋଠରୀରେ ମସାମାରନ୍ତି,ଏଥିପାଇଁ ଜିଲ୍ଲାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟିକରି ପୋଲିସ ବିଭାଗର ମର୍ଜାଦା ଟେକ୍ ରଖି ସାଧାରଣ ଜନତାଙ୍କର ପ୍ରିୟଭାଜନ ହୋଇପାରିଛନ୍ତି ଶ୍ରୀଯୁକ୍ତ ସାହୁ। ସୂଚନା ଯୋଗ୍ୟ ଗତକାଲି ରାତି ୯ ଘଟିକାସମୟରେ ଚନ୍ଦ୍ରପୁରୁ ବ୍ଲକ ତଥା ମୁନିଗୁଡା ଥାନା ଅଧୀନସ୍ଥ ଡାଙ୍ଗସୋରଡା-ହନୁମନ୍ତପୁରୁ ମଧ୍ୟରେ ଥିବା ପାଣ୍ଡ୍ରାଖାଲ ଜଙ୍ଗଲରେ ପାଞ୍ଚଜଣ ବ୍ୟକ୍ତି ଗଞ୍ଜେଇକୁ ବସ୍ତାରେ ଭର୍ତିକରି ଚାଲାଣ କରିବାକୁ ଗାଡି ଅନ୍ଵେଶଣରେ ଥିଲେ।ବିଶେଷସୂତ୍ରରୁ ଖବର ପାଇ ଏସଡିପିଓ ଶ୍ରୀସାହୁଙ୍କ ନିର୍ଦେଶରେ ଏସ୍ ଆଇ ଶ୍ରୀମନୋରଞ୍ଜନ ଵିଶ୍ବାଳଙ୍କ ନେତୃତ୍ବରେ ମୁନିଗୁଡା ଓ ଡାଙ୍ଗସୋରଡା ପୋଲିସଙ୍କ ମିଳିତ ଟିମ ସହଯୋଗରେ ଜଙ୍ଗଲରେ ଚଢଉ କରି ୭ପକେଟ ଗଞ୍ଜେଇ(131କେଜି) ୩ମୋଵାଇଲି,୩ବାଇକ୍ ଏଵଂ୩୦ହଜାର ଟଙ୍କା ଜଵତ କରିବା ସହ ୩ଜଣଙ୍କୁ ଗିରଫ କରିବାରେ ସକ୍ଷମ ହେଵା ସହ ଦୁଇ ଜଣ ଫେରାର ହୋଇଥିବା ଏସ୍ଆଇ ଶ୍ରୀବିଶ୍ବାଳ ପ୍ରକାଶ କରିଛନ୍ତି।ଗିରଫ ବ୍ୟକ୍ତି ହେଲେ ଗଜପତି ଜିଲ୍ଲା ଅଡବା ଥାନା ଅଞ୍ଚଳର ସୁରେନ୍ଦ୍ର ସଭାସୁନ୍ଦର ଓ ସୁରେନ୍ଦ୍ର ମାଳି ସମେତ ପଦ୍ମପୁରୁ ଥାନା ଅଞ୍ଚଳ ଭୁଲୁଗୁଡାର ବରଣ ପାଲକାଙ୍କୁ ଆଜି ଡାକ୍ତର ମାଇନା କରାଯାଇ ମୁନିଗୁଡାଥାନା କେଶନଂ୧୯୨/୦୨୨ତା୧୫,୯,୦୨୨ u/s 20(b) (iiC)29NDPC act ପ୍ରକାରେ କୋର୍ଟଚାଲାଣ କରାଯିବ ଵୋଲି ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ଶ୍ରୀସାହୁ କହିଛନ୍ତି ଏହି ସମ୍ମିଳନୀରେ ଆଇଆଇସି ଶ୍ରୀମତୀ ସୁଜ୍ଞାନୀ ସାହୁ ଉପସ୍ଥିତ ଥିଲେ।