ରାଷ୍ଟ୍ର ଭାଷା ପ୍ରଚାର ସଭା ଗୁଣପୁର ଦ୍ଵାରା ହିନ୍ଦୀ ଦିବସ ପାଳିତ ।

ଗୁଣପୁର,୧୪/୦୯,(ସିଦ୍ଧାର୍ଥ ଦାଶ) ସେପ୍ଟେମ୍ବର 14 ତାରିଖ ଦିନ ହିନ୍ଦୀ ଭାଷା ଓ ଦେବନାଗରୀ ଲିପି କୁ ସାମ୍ବିଧାନିକ ଭାବେ ରାଷ୍ଟ୍ର ଭାଷା ରୂପେ ମାନ୍ୟତା ମିଳିଥିବା ଯୋଗୁଁ ସମଗ୍ର ଦେଶରେ ଏହି ନିର୍ଦ୍ଧାରିତ ଦିନକୁ ରାଷ୍ଟ୍ର ଭାଷା ଦିବସ ଭାବେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଆଜି ଗୁଣପୁର ରାଷ୍ଟ୍ର ଭାଷା ପ୍ରଚାର ସଭା ଦ୍ଵାରା ବିଭିନ୍ନ ବିଦ୍ୟାଳୟ ସରସ୍ବତୀ ଶିଶୁ ବିଦ୍ୟମନ୍ଦିର, ଜଗନ୍ନାଥ ପବ୍ଲିକ ସ୍କୁଲ ଓ ମହାତ୍ମା ଗାନ୍ଧୀ ପବ୍ଲିକ ସ୍କୁଲ ରେ ହିନ୍ଦୀ ଦିବସ ପାଳନ କରାଯାଇଥିଲା ରାଷ୍ଟ୍ର ଭାଷା ପ୍ରତି ଜନ ସମୁହ ଙ୍କ ଆଗ୍ରହ ବୃଦ୍ଧି ନିମନ୍ତେ ସକାଳୁ ଶୋଭାଯାତ୍ରା ବାହାର କରି ଶିଶୁ ମାନେ ଜୟ ହିନ୍ଦୀ, ଜୟ ନାଗରୀ, ଏକ ହୃଦୟ ହୋ ଭାରତ ଜନନୀ, ଭଳି ବିଭିନ୍ନ ସ୍ଲୋଗାନ ଦେଇଥିବା ବେଳେ ସମସ୍ତ ସ୍କୁଲରେ ପୃଥକ ପୃଥକ ଭାବେ ବିଦ୍ୟାର୍ଥୀ ଵିଦ୍ୟାର୍ଥୀନୀ ମାନଙ୍କୁ ମନରେ ହିନ୍ଦୀ ଭାଷା ପ୍ରତି ଆଗ୍ରହ ଜମାଇବା ନିମନ୍ତେ ବକ୍ତୃତା ପ୍ରତିଯୋଗିତା ର ଆୟୋଜନ କରି ପୁରସ୍କାର ବିତରଣ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ କୁ ଇନ୍ଦ୍ର।କ୍ଷୀ ଦାଶ୍, ଭାଷା ପ୍ରଚାରକ ଉମା ଶଙ୍କର ଦାଶ୍, ବଳରାମ ବାଉରୀ, ସ୍ୱର୍ଣ୍ଣ ଲତା ନାୟକ, ଦିଲୀପ ରାଜଗୁରୁ, ପ୍ରମୋଦ ମହାନ୍ତି,ସନ୍ତୋଷ , ପ୍ରଫୁଲ ଶତପଥୀ, ସୋମନାଥ ମହାଙ୍କଡ଼ ,ଗଜପତି ପ୍ରମୁଖପରିଚାଳନା କରି ସମସ୍ତ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ହିନ୍ଦୀ ଭାଷା ର ଗାରିମା ରକ୍ଷା ନିମନ୍ତେ ସଂକଳ୍ପ କରିଥିଲେ ।