ଗୁପ୍ତା କେବୁଲ୍ସ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଖୋର୍ଦ୍ଧା : କରୋନା ଆକ୍ରନ୍ତ ଚିହ୍ନଟ ହେବା ପରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସଂକ୍ରମଣ ରୋକିବାକୁ ନେଇଛି ପଦକ୍ଷେପ। ଖୋର୍ଦ୍ଧା ଶିଳ୍ପାଞ୍ଚଳର ଗୁପ୍ତା କେବୁଲ୍ସ ଓ ଏହାର ଆଖପାଖ ଅଞ୍ଚଳକୁ ଗତକାଲିଠାରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏ ନେଇ ଜାରି ହୋଇଛି ନିର୍ଦ୍ଦେଶନାମା। ଏହି କଟକଣା ଆସନ୍ତା ୪ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜଣାପଡିଛି। ଏହାଛଡା ସଂସ୍ଥାର ସମସ୍ତ କର୍ମଚାରୀଙ୍କୁ ହୋମ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।